Friday, March 20, 2026
21.1 C
Odisha

    ୩ଟି ଭାଷାରେ ମୁକ୍ତିଲାଭ କରିବ ଓଡ଼ିଆ ଫିଲ୍ମ ‘ପରବ’

    ଆଗକୁ ପଢନ୍ତୁ

    ଭୁବନେଶ୍ଵର: ୩ଟିଭାଷା ତଥା ଓଡ଼ିଆ, ହିନ୍ଦୀ ଓ ତେଲଗୁ ଭାଷାରେ ମୁକ୍ତିଲାଭ କରିବ ଓଡ଼ିଆ ଫିଲ୍ମ ‘ପରବ’। ଓଡ଼ିଆ ସିନେମା ଶିଳ୍ପରେ ଦୀର୍ଘବର୍ଷ ପରେ ‘ଦମନ’, ‘ପ୍ରତୀକ୍ଷା’ ଭଳି ଫିଲ୍ମ ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ଟାଣିଥିବା ବେଳେ ‘ପରବ’ ମଧ୍ୟ ଧମାକା କରିବାକୁ ପ୍ରସ୍ତୁତ ହେଉଛି ।କେବଳ ଏତିକି ନୁହେଁ ସିନେମା ହଲରେ ରିଲିଜ ପରେ ଏହି ଫିଲ୍ମ ଓଟିଟିରେ ମଧ୍ୟ ଆସିବ । ଯାହାକୁ ନେଇ ବଲିଉଡ ଜଣାଶୁଣା ପାନ-ଇଣ୍ଡିଆ ଷ୍ଟୁଡ଼ିଓ ‘ପାନୋରମା ଷ୍ଟୁଡ଼ିଓ’ ସହ ହାତ ମିଳାଇଛନ୍ତି ଓଲିଉଡ ନିର୍ମାତା ଦୀପେନ୍ଦ୍ର ସାମଲ । ଏନେଇ ପନୋରମା ଷ୍ଟୁଡିଓ ସହ ଚୁକ୍ତିନାମା ସରିଥିବାବେଳେ ସାରା ଦେଶରେ ୨୦୦ ସ୍କ୍ରିନରେ ଏହି ମୁକ୍ତିଲାଭ କରିବ ବୋଲି କହିଛନ୍ତି ନିର୍ମାତା ଦୀପେନ୍ଦ୍ର ସାମଲ । ଓଡ଼ିଶାବାସୀଙ୍କ ପାଇଁ ଗର୍ବର ବିଷୟ ହୋଇଥିବା ବେଳେ ଏହା ଦ୍ୱାରା ବର୍ତ୍ତମାନ ପାନ ଇଣ୍ଡିଆରେ ଓଲିଉଡ଼ ସିନେମାକୁ ସ୍ୱୀକୃତି ମିଳିବା ନେଇ ଆଶାବ୍ୟକ୍ତ କରିଛନ୍ତି ନିର୍ମାତା । ସାରା ଦେଶରେ ‘ପରବ’ ରିଲିଜ ନେଇ ନିର୍ମାତା କହିଛନ୍ତି ଆମେ ପରବ ଫଲ୍ମକୁ ଏକାସଙ୍ଗେ ଓଡ଼ିଆ ଏବଂ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବାକୁ ଚାହୁଁଛୁ। ଓଡ଼ିଆ ଫିଲ୍ମ ଡିସେମ୍ୱର ୨୦ରେ ରିଲିଜ ହେବ । ଏହାର ୧୦ ଦିନ ପରେ ତେଲୁଗୁ ଭାଷାରେ ରିଲିଜ କରିବାର ଯୋଜନା କରିଛୁ । ତେବେ ଏହି ଫିଲ୍ମରେ ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁ ଚୌଧୁରୀ ମୁଖ୍ୟ ଭୂମିକାରେ ନଜର ଆସିବେ । ଏଥିସହିତ ଦିପନ୍ବୀତ, ସୂର୍ଯ୍ୟମୟୀ,ଚୈ।ଧୁରୀ ଜୟପ୍ରକାଶ ଦାସ ପ୍ରମୁଖ ଅଭିନୟ କରିଛନ୍ତି। ଜେପି ମୋସନ ପିକ୍ଚର୍ସ ବ୍ୟାନରରେ ତଥା ଦୀପେନ୍ଦ୍ର ସାମଲଙ୍କ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଚିନ୍ମୟ ଦାସ । ତେବେ ଏହି ଫିଲ୍ମ ମଧ୍ୟ ‘ଦମନ’ ପରି ଲୋକଙ୍କ ମନକୁ ଛୁଇଁବ ବୋଲି ଆଶା ରଖିଛନ୍ତି ନିର୍ମାତା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.1 ° C
    21.1 °
    21.1 °
    77 %
    0.5kmh
    100 %
    Fri
    22 °
    Sat
    32 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ