Tuesday, April 7, 2026
24.4 C
Odisha

    ୩୦ ଫୁଟ୍ ତଳକୁ ଖସିଲା କାର୍: ଜଣେ ମୃତ, ଅନ୍ୟ ଜଣେ ଆହତ

    ଆଗକୁ ପଢନ୍ତୁ

    କେଉଁଝର : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଡେଣୁଆଁ ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ଭାରସାମ୍ୟ ହରାଇ ବ୍ରିଜ୍‌ ଉପରୁ ୩୦ ଫୁଟ ତଳକୁ ଏକ କାର୍‌ ଖସି ପଡ଼ିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ କେନ୍ଦୁଝର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତକ ପାଟଣା ମୁଖ୍ୟାଳୟ ଟାଇଁସିରା ଗ୍ରାମର ଦେବାନନ୍ଦ ପୃଷ୍ଟି (୬୯) ଏବଂ ଗୁରୁତର ଜଣକ ଟାଙ୍ଗରପଡ଼ାର ସଙ୍କର୍ଷଣ ସାହୁ । ଉଭୟ କାର ଯୋଗେ ତୁରୁମୁଙ୍ଗାରୁ ପାଟଣାକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉଭୟଙ୍କୁ ଗାଡ଼ି ଭିତରୁ ବାହାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ସେଠାରେ ଡାକ୍ତର ଦେବାନନ୍ଦଙ୍କୁ ମୃତ ଘୋଷଣା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.4 ° C
    24.4 °
    24.4 °
    67 %
    0.7kmh
    25 %
    Tue
    36 °
    Wed
    38 °
    Thu
    38 °
    Fri
    38 °
    Sat
    37 °

    ସମ୍ବନ୍ଧିତ