Thursday, July 2, 2026
27 C
Odisha

    ଚନ୍ଦ୍ର ଗ୍ରହଣ ପାଇଁ ମଙ୍ଗଳବାର ବନ୍ଦ ରହିବ ଘଟଗାଁ ମାଆ ତାରିଣୀ ମନ୍ଦିର

    ଆଗକୁ ପଢନ୍ତୁ

    ଘଟଗାଁ : ଆସନ୍ତା ୩ ତାରିଖ ମଙ୍ଗଳବାର ଚନ୍ଦ୍ର ଗ୍ରହଣ ପଡ଼ୁଥିବାରୁ ତାରିଣୀ ମନ୍ଦିର ବନ୍ଦ ରହିବ। ସୋମବାର ରାତି ୩ଟା ୨୦ରୁ ମଙ୍ଗଳବାର ସନ୍ଧ୍ୟା ୬ଟା ୫୦ ପର୍ଯ୍ୟନ୍ତ ପାକ ତ୍ୟାଗ, ଦେବନୀତି ନିଷେଧ ରହିଛି। ଏଣୁ ୩ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ମା’ ତାରିଣୀ ମନ୍ଦିର ଓ ଦୁଆରଶୁଣି ମନ୍ଦିର ବନ୍ଦ ରହିବ।

    ଏଥିସହ ପ୍ରସାଦାଳୟ ଓ ଶିବ ମନ୍ଦିର ସମ୍ପୂର୍ଣ୍ଣ ବନ୍ଦ ରହିବ। ସେହିଦିନ ସନ୍ଧ୍ୟା ୬ଟା ୫୦ରେ ଗ୍ରହଣ ସର୍ବମୋକ୍ଷ ପରେ ମା’ ତାରିଣୀ ମନ୍ଦିର ଓ ଦୁଆରଶୁଣି ମନ୍ଦିର ମାର୍ଜନା ବେଶ ପରେ ମନ୍ଦିର ଖୋଲାଯିବ। ନୀତିକାନ୍ତି ସରିବା ପରେ ମନ୍ଦିର ବନ୍ଦ କରାଯିବ ବୋଲି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ସଞ୍ଜୀବ ମହାପାତ୍ରଙ୍କ ଠାରୁ ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27 ° C
    27 °
    27 °
    87 %
    1.6kmh
    100 %
    Thu
    26 °
    Fri
    29 °
    Sat
    28 °
    Sun
    25 °
    Mon
    25 °

    ସମ୍ବନ୍ଧିତ