Wednesday, October 7, 2026
27.2 C
Odisha

    ୩୦ ବର୍ଷ ପରେ ହାଇକୋର୍ଟରୁ ମିଳିଲା ନ୍ୟାୟ: ଚୁକ୍ତିଭିତ୍ତିକ ସହକାରୀ ସର୍ଜନଙ୍କ ଚାକିରି ନିୟମିତ କରିବାକୁ ନି‌ର୍ଦ୍ଦେଶ

    ଆଗକୁ ପଢନ୍ତୁ

    କଟକ  :    ୩୦ ବର୍ଷରୁ ଅଧିକ ସମୟ ଧରି ଆଡହକ ଭିତ୍ତିରେ କାର୍ଯ୍ୟ କରୁଥିବା ଜଣେ ସହକାରୀ ସର୍ଜନଙ୍କୁ ଶେଷରେ ହାଇକୋର୍ଟରୁ ନ୍ୟାୟ ମିଳିଛି। ସମାନ ଅବସ୍ଥାରେ ଥିବା ଅନ୍ୟ ଆଡହକ୍ ସହକାରୀ ସର୍ଜନଙ୍କ ଚାକିରି ସ୍ବାସ୍ଥ୍ୟ ବିଭାଗ ୨୦୧୫ରେ ନିୟମିତ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଆବେଦନକାରୀଙ୍କୁ କିନ୍ତୁ ଏହି ସୁବିଧା ପ୍ରଦାନ କରାଯାଇ ନଥିଲା। ହାଇକୋର୍ଟ ଏହି ପ୍ରସଂଗକୁ ବିଚାରକୁ ନେଇ ଆବେଦନକାରୀ ଡାକ୍ତରଙ୍କ ଚାକିରିକୁ ୨୦୧୫, ଜାନୁଆରି ୧୬ରୁ ସହକାରୀ ସର୍ଜନ ଏକ୍ସ କ୍ୟାଡର ପଦବିରେ ନିୟମିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଚାକିରି ନିୟମିତ ସଂପର୍କିତ ଆବେଦନକାରୀଙ୍କ ଦାବିପତ୍ରକୁ ଖାରଜ କରି ୨୦୨୪, ଜୁଲାଇ ୬ରେ ସ୍ବାସ୍ଥ୍ୟ ବିଭାଗ ପ୍ରଦାନ କରିଥିବା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଡାକ୍ତର ଅମୀୟ କୁମାର ମହାନ୍ତିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

    ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ୧୯୯୨, ‌ଡିସେମ୍ବର ୧୮ର ନିର୍ଦ୍ଦେଶ ଅନୁସାରେ ଡିସେମ୍ବର ୨୩ରେ ଆଡ୍ ହକ୍ ସହକାରୀ ସର୍ଜନ ଭାବେ ନିଯୁକ୍ତି ପାଇଥିଲେ। ୨୦୧୫ରେ ଆବେଦନକାରୀଙ୍କ ସମେତ ୨୦ଜଣ ଚୁକ୍ତିଭିତ୍ତିକ/ଆଡ୍ ହକ୍ ସହକାରୀ ସର୍ଜନଙ୍କ ଚାକିରି ନିୟମିତ ପ୍ରସଂଗକୁ ସରକାର ବିଚାରକୁ ‌ନେଇଥିଲେ। ୨୦୧୫ରେ ୮ଜଣଙ୍କ ଚାକିରି ନିୟମିତ କରାଯାଇଥିଲା। କିନ୍ତୁ ଆବେଦନକାରୀଙ୍କ ଚାକିରି ନିୟମିତ କରାଯାଇ ନଥିଲା। ପରବର୍ତ୍ତୀ ସମୟରେ ଆଉ କେତେକ ଚୁକ୍ତିଭିତ୍ତିକ ସହକାରୀ ସର୍ଜନଙ୍କ ଚାକିରି ନିୟମିତ କରାଯାଇଥିଲେ ମଧ୍ୟ ଆବେଦନକାରୀଙ୍କୁ ଏଥିରୁ ବଞ୍ଚିତ କରାଯାଇଥିଲା।

    ତିନି ଦଶନ୍ଧିରୁ ଅଧିକ ସମୟର କାର୍ଯ୍ୟକାଳ ଭିତରେ ଆବେଦନକାରୀ ବିଭିନ୍ନ ଗ୍ରାମାଞ୍ଚଳ, ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କାର୍ଯ୍ୟ କରିଥିଲେ ମଧ୍ୟ ତାଙ୍କ ଚାକିରି ନିୟମିତ କରାଯାଇ ନଥିଲା। ଏହି ପ୍ରସଂଗରେ ଆବେଦନକାରୀ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥି‌ଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ଏହାପରେ ୨୦୨୪ରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ