Saturday, October 3, 2026
30.8 C
Odisha

    ୩୫୦ କୋଟିରର ମାଲିକ ସାଉଥ ସୁପରଷ୍ଟାର ମହେଶବାବୁ, ପ୍ରତିବର୍ଷ ଦାନରେ ଦିଅନ୍ତି ଏତିକି ଟଙ୍କା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସାଉଥ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସୁପରଷ୍ଟାର ମହେଶ ବାବୁ । ଅଭିନେତା ତାଙ୍କ ଦମ୍ଦାର ଅଭିନୟ ସହ ପ୍ରଶଂସକଙ୍କ ହୃଦୟ ଜିତି ଥାଆନ୍ତି। ତାଙ୍କ ଫ୍ୟାନ୍ସ ଫଲୋର୍ସ ମଧ୍ୟ ଖୁବ୍ ଅଧିକ । ଇଣ୍ଡଷ୍ଟ୍ରିରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ଗୋଟିଏ ଫିଲ୍ମରୁ କୋଟି କୋଟି ଟଙ୍କ ଇନକମ୍ କରନ୍ତି। କୋଟି କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିର ମାଲିକ ହୋଇଥିଲେ ବି ପ୍ରତିବର୍ଷ ତାଙ୍କର ବହୁ ସମ୍ପତ୍ତି ଦାନ କରନ୍ତି ଅଭିନେତା । ମହେଶ ବାବୁ ତାଙ୍କ ବାପାଙ୍କ ପଥକୁ ଫଲୋ କରି ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଥିଲେ। ତାଙ୍କ ପିତା ଜଣେ ପ୍ରସିଦ୍ଧ ଅଭିନେତା ସହ ନିର୍ମାତା ଥିଲେ । ୧୯୮୩ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ପୋରାତମ୍’ରେ ଶିଶୁ କଳାକାର ଭାବରେ କାର୍ଯ୍ୟ କରିଥିଲେ। ଜଣେ ମୁଖ୍ୟ ଅଭିନେତା ଭାବରେ ତାଙ୍କର ଡେବ୍ୟୁ ୧୯୯୯ରେ ଚଳଚ୍ଚିତ୍ର ‘ରାଜକୁମାର ରନୁ’ ମାଧ୍ୟମରେ ହୋଇଥିଲା। ମହେଶ ବାବୁଙ୍କର ମୋଟ ସମ୍ପତ୍ତି ହେଉଛି ୩୫୦ କୋଟି ଟଙ୍କା। ପ୍ରତିବର୍ଷ ସେ ରୋଜଗାରର ୩୦ ପ୍ରତିଶତ ଅଭାବୀ ଲୋକଙ୍କୁ ଦାନ କରନ୍ତି। ଅଭିନେତା ତାଙ୍କର ବାର୍ଷିକ ଆୟର ୩୦% ଦାନ କରନ୍ତି। ସେ ନିଜକୁ ଅନେକ ଏନଜିଓ ସହିତ ମଧ୍ୟ ଜଡିତ କରିଛନ୍ତି, ସେଥିମଧ୍ୟରୁ କିଛି ସେ ନିଜେ ଚଳାନ୍ତି । ଏହି ସଂସ୍ଥାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଶିଶୁ ଡାକ୍ତରଖାନା, ଯେଉଁଠାରେ ସେ ଗରିବ ପିଲାମାନଙ୍କୁ ମାଗଣା ଚିକିତ୍ସା ଯୋଗାଇବାରେ ସାହାଯ୍ୟ କରନ୍ତି । ଏତିକି ନୁହେଁ ଅଭିନେତା ଦୁଇଟି ଗାଁକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଯେଉଁଠାରେ ସେ ରାସ୍ତା, ବିଦ୍ୟୁତ୍, ବିଦ୍ୟାଳୟ ଏବଂ ସ୍ୱାସ୍ଥ୍ୟ ସୁବିଧା ସମେତ ସମସ୍ତ ଭିତ୍ତିଭୂମି ଯୋଗାଇ ଦେଇଛନ୍ତି। ଏହା ବ୍ୟତୀତ ସେ ହିଲ୍ ଚାଇଲ୍ଡ ନାମକ ଏକ ଚାରିଟେବୁଲ୍ ଟ୍ରଷ୍ଟ ଏବଂ ଅଣ-ଲାଭକାରୀ ସଂଗଠନ ସହିତ ମଧ୍ୟ ସହଯୋଗ କରୁଛନ୍ତି। ମହେଶ ବାବୁଙ୍କ ନାମ ଦକ୍ଷିଣର ସବୁଠାରୁ ଧନୀ ତାରକା ତାଲିକାରେ ଆସିଛି । ମହେଶ ବାବୁ ପୋକିରି, ଆଥାଡୁ, ଗୁଣ୍ଟୁର କରିମ ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସେ ଭାରତୀୟ ସିନେମାରେ ଅଭିନୟ ପାଇଁ ଅନେକ ପୁରସ୍କାର ଜିତିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    54 %
    2.9kmh
    5 %
    Sat
    31 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ