Saturday, October 10, 2026
23.6 C
Odisha

    ୩ ଡିଗ୍ରୀ ବଢ଼ିବ ପାରଦ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲ୍ଲାରେ ଶୀତ ଅନୁଭୂତ ହେଉଛି। ବାକି ଅଞ୍ଚଳଗୁଡ଼ିକରେ ଶୀତ କମିଛି। ଆଗକୁ ଆହୁରି ଶୀତ ପ୍ରକୋପ କମିବ। କାରଣ ଆସନ୍ତା ୫ଦିନ ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି। ଫଳସ୍ବରୂପ ପାହାଡ଼ିଆ ଏବଂ ସମତଳ ଅଞ୍ଚଳଗୁଡ଼ିକରେ ଶୀତ ପ୍ରକୋପ କମିବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗର ଆକଳନରୁ ସ୍ପଷ୍ଟ ହୋଇଛି।

    ଗତ ୨୪ଘଣ୍ଟାରେ ଘୁ.ଉଦୟଗିରିରେ ପାରଦ ୭.୩ ଡିଗ୍ରୀ ଥିବାବେଳେ ଫୁଲବାଣୀରେ ୧୦.୫, ଦାରିଙ୍ଗବାଡ଼ିରେ ୧୨.୫, ସେମିଳିଗୁଡ଼ାରେ ୧୦.୫, ରାଉରକେଲାରେ ୧୦.୭, ସୁନ୍ଦରଗଡ଼ରେ ୧୨.୮, ଝାରସୁଗୁଡ଼ାରେ ୧୧.୨, ଭୁବନେଶ୍ବରରେ ୧୬.୧ ଏବଂ କଟକରେ ୧୫.୬ ଡିଗ୍ରୀ ରହିଛି। ବୁଧବାର ସକାଳେ କୋରାପୁଟ ଏବଂ ପାରାଦ୍ବୀପରେ କୁହୁଡ଼ି ଦୃଶ୍ୟମାନ ହୋଇଥିବା ବେଳେ ଗୁରୁବାର ସକାଳେ କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣ କୁହୁଡ଼ି ଦୃଶ୍ୟମାନ ହେବା ସମ୍ଭାବନା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.5kmh
    1 %
    Sat
    23 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ