Saturday, March 15, 2025
27.3 C
Odisha

    ୩ ବର୍ଷ ପରେ ବଦଳୁଛି ଯୁଦ୍ଧର ପାଣିପାଗ: ଯୁଦ୍ଧ ବନ୍ଦ ପାଇଁ ଚାଲିଛି ଉଦ୍ୟମ, ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ୍

    ଆଗକୁ ପଢନ୍ତୁ

    ୱାସିଙ୍ଗଟନ ଡିସି: ୩ ବର୍ଷ ଧରି ଚାଲିଥିବା ଋଷିଆ-ୟୁକ୍ରେନ୍‌ ଯୁଦ୍ଧରେ ପରିସମାପ୍ତି ହେବ ବୋଲି ଚର୍ଚ୍ଚା ଜୋର ଧରିଛି । କାରଣ ଆମେରିକା ମଧ୍ୟସ୍ଥତା କରିବାରେ ଲାଗିଛି । ଏହାରି ଭିତରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋଷିଆ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି କି ୟୁକ୍ରେନର ସୈନ୍ୟଙ୍କୁ ଛାଡ଼ିଦେବାକୁ । ହେଲେ ପୁଟିନ୍‌ କହିଛନ୍ତି, ଆମେ ଆପଣଙ୍କ କଥାକୁ ସେତେବେଳେ ସମ୍ମାନ ଦେବୁ ଯେତେବେଳେ ଯୁକ୍ରେନ୍‌ ସୈନ୍ୟମାନେ ଆତ୍ମସମର୍ପଣ କରିବେ । ବର୍ଷେ କି ୨ ବର୍ଷ ନୁହେଁ ବରଂ ଲଗାତାର ୩ ବର୍ଷ ହେଲାଣି ଋଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଚାଲିଛି । ଯୁଦ୍ଧରେ ଉଭୟ ରାଷ୍ଟ୍ରଙ୍କ ଅନେକ କ୍ଷତି ହେଉଛି, ସୈନ୍ୟଙ୍କ ଜୀବନ ଯାଉଛି । ସାଧାରଣ ଲୋକ ବାସହରା ହେଉଛନ୍ତି । ଯୁଦ୍ଧବନ୍ଦ କରିବା ଲାଗି ବିଶ୍ବର ଅନେକ ରାଷ୍ଟ୍ର ଚେଷ୍ଟା କରିଛନ୍ତି ହେଲେ ତାହା ସଫଳ ହୋଇନାହିଁ । ଏବେ କିନ୍ତୁ ଯୁଦ୍ଧ ବନ୍ଦ କରିବା ନେଇ ଆମେରିକା ଯେଉଁ ଚେଷ୍ଟା କରୁଛି ତାହା ସଫଳ ହେବ ବୋଲି କୁହାଯାଉଛି । ଆମେରିକାର ମଧ୍ୟସ୍ଥତା ପରେ ଋଷିଆ ସୁରକ୍ଷା ପରିଷଦର ଉପାଧ୍ୟକ୍ଷ କହିଛନ୍ତି, ଯୁକ୍ରେନ୍‌ ସୈନ୍ୟମାନେ ଯଦି ହତିଆର ଛାଡ଼ିଦେବେ ତେବେ ଆମେ ସେମାନଙ୍କୁ ନୂଆ ଜୀବନ ଦେବୁ । ହେଲେ ସେମାନେ ଯଦି ହତିଆର ନଛାଡ଼ିବେ ତାହାଲେ ମୃତ୍ୟୁଦଣ୍ଡ ହିଁ ମିଳିବ ।

    ଆମେରିକା ରାଷ୍ଟ୍ରପତି ଋଷିଆ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହେବା ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି କଥାବାର୍ତ୍ତାର ନିସ୍କର୍ଷ ସମ୍ପର୍କରେ ଏବଂ କହିଛନ୍ତି, ଆଲୋଚନା ଗୁରୁତ୍ବପୂର୍ଣ୍ଣ ଥିଲା । ପୁଟିନ୍‌ ଆମ ଅନୁରୋଧ ରକ୍ଷା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଅବଶ୍ୟ ସେ ସିଧାସଳଖ ପୁଟିନ୍‌ଙ୍କ ସହ ଆଲୋଚନା କରିଛନ୍ତି କି ତାଙ୍କ ବ୍ୟକ୍ତିଗତ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି କି ପୁଟିନ୍‌ଙ୍କ ସହ ଆଲୋଚନା ହୋଇଥିବା କଥା ସୋସିଆଲ ମିଡିଆରେ ଲେଖିଛନ୍ତି ।

    ୩ ବର୍ଷ ହେଲାଣି ଲାଗିରହିଥିବା ଯୁଦ୍ଧରେ ୩୦ ଦିନ ଯାଏଁ ବିରତି ମିଳିବା ନେଇ ଉଭୟ ରାଷ୍ଟ୍ର ସଂକେତ ଦେଇଛନ୍ତି । ଅର୍ଥାତ୍‌ ଏହି ୩୦ ଦିନ ଉଭୟ ରାଷ୍ଟ୍ର କେହି କାହାରି ଉପରେ ଆକ୍ରମଣ କରିବେ ନାହିଁ । ମୋଟ୍‌ ଉପରେ ଯୁଦ୍ଧରେ ଉଭୟ ରାଷ୍ଟ୍ରର ଅନେକ କ୍ଷତି ହେଉଥିବା କାରଣରୁ ଯୁଦ୍ଧ ବନ୍ଦ କରିବା ନେଇ ଅନେକ ରାଷ୍ଟ୍ର ଗୁରୁତ୍ବାରୋପ କରିଛନ୍ତି । ଏବେ ସମୟ କହିବ ଉଭୟ ରାଷ୍ଟ୍ର ଏହାକୁ କେତେ ମାନୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.3 ° C
    27.3 °
    27.3 °
    29 %
    2.2kmh
    0 %
    Sat
    28 °
    Sun
    41 °
    Mon
    41 °
    Tue
    41 °
    Wed
    41 °

    ସମ୍ବନ୍ଧିତ