Sunday, October 4, 2026
24.3 C
Odisha

    ୪୮ ଘଣ୍ଟାରେ ୧୨ ବିମାନକୁ ଆସିଲାଣି ବୋମା ଧମକ

    ଆଗକୁ ପଢନ୍ତୁ

    ଆଜି ପୁଣି ୨ଟି ବିମାନକୁ ବୋମା ଥିବା କଲ୍‌ ପରେ ଛନକା ପଶିଛି। ମୁମ୍ବାଇ-ଦିଲ୍ଲୀ ଇଣ୍ଡିଗୋ ଏବଂ ଦିଲ୍ଲୀ-ବେଙ୍ଗାଲୁରୁ ଆକାଶ ଏୟାର୍‌ ବିମାନକୁ ଧମକ ଆସିଛି। ବୋମା ଥିବା ସୂଚନା ମିଳିବା ପରେ ପରେ ଇଣ୍ଡିଗୋ ଅହମ୍ମଦାବାଦ, ଆକାଶ ଦିଲ୍ଲୀ ଫେରିଯାଇଛି। ଗତ ୪୮ ଘଣ୍ଟା ମଧ୍ୟରେ ମୋଟ୍‌ ୧୨ଟି ବିମାନକୁ ଏମିତି ବୋମା ଧମକ କଲ୍‌ ଆସିଲାଣି। ଏହାପୂର୍ବରୁ ମୁମ୍ବାଇରୁ ଦିଲ୍ଲୀ ଅଭିମୁଖେ ଇଣ୍ଡିଗୋ ବିମାନ ସୋସିଆଲ ମିଡିଆ ଜରିଆରେ ଏକ ବୋମା ବିସ୍ଫୋରଣ ହେବାର ଆଶଙ୍କା ପରେ ଅହମ୍ମଦାବାଦକୁ ପଠାଯାଇଥିଲା। ପ୍ରାୟ ୨୦୦ ଯାତ୍ରୀ ଏବଂ କର୍ମଚାରୀଙ୍କୁ ନେଇ ଯାଉଥିବା ବିମାନ ମଙ୍ଗଳବାର ରାତିରେ ମୁମ୍ବାଇରୁ ଯାତ୍ରା କରିଥିଲା। ଏହି ଧମକକୁ ବୁଧବାର ଏକ ମିଛ ଗୁଜବ ବୋଲି ନିଶ୍ଚିତ କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ