Saturday, October 10, 2026
30.1 C
Odisha

    ୪ ଓଡ଼ିଆଙ୍କୁ ପଦ୍ମ ସମ୍ମାନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: କେନ୍ଦ୍ର ସରକାର ୨୦୨୫ ବର୍ଷ ପାଇଁ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ଏହି ତାଲିକାରେ ଓଡ଼ିଶାରୁ ୪ ବିଶିଷ୍ଟ ବ୍ୟକ୍ତିବିଶେଷ ରହିଛନ୍ତି। ଭେଷଜ କ୍ଷେତ୍ରରେ ଡା. ପ୍ର​ଫେସର ଅଶୋକ କୁମାର ମହାପାତ୍ର, କଳାରେ ଅଦ୍ବୈତ ଚରଣ ଗଡ଼ନାୟକ ଓ ଦୁର୍ଗାଚରଣ ରଣବୀର ଏବଂ ସାହିତ୍ୟ ଓ ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ପ୍ରତିଭା ଶତପଥୀଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବା ଲାଗି ମନୋନୀତ କରାଯାଇଛି।

    ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଅଶୋକ ମହାପାତ୍ର ୨୦୧୨ରୁ ୨୦୧୬ ପର୍ଯ୍ୟନ୍ତ ଭୁବନେଶ୍ବର ଏମ୍‌ସ୍‌ର ନିର୍ଦେଶକ ଭାବେ ଦାୟିତ୍ବ ତୁଲାଇଥିଲେ। ୧୯୭୫ ମସିହାରେ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜରୁ ସ୍ନାତକ ଡିଗ୍ରୀ ପରେ ପ୍ରଫେସର ମହାପାତ୍ର ୧୯୮୨ରେ ନ୍ୟୁରୋ ସର୍ଜରୀ (ସ୍ନାୟୁଶଲ୍ୟ)ରେ ଏମ୍ସରୁ ଏମ୍‌ସିଏଚ୍‌ ଡିଗ୍ରୀ ହାସଲ କରିଥିଲେ।ପରେ ଏମ୍‌ସ୍‌, ନୂଆଦିଲ୍ଲୀର ସ୍ନାୟୁଶଲ୍ୟ ବିଭାଗର ଆସିଷ୍ଟାଣ୍ଟ୍‌ ପ୍ରଫେସର ଭାବେ ଯୋଗ ଦେଇଥିଲେ ଏବଂ ପରେ ସେହି ବିଭାଗର ମୁଖ୍ୟ ଭାବେ ଦାୟିତ୍ବ ସମ୍ପାଦନ କରିଥିଲେ। ଦେଶରେ ଜଣେ ଶିଶୁ ସ୍ନାୟୁଶଲ୍ୟ ବିଶେଷଜ୍ଞ ଭାବେ ପ୍ରଫେସର ମହାପାତ୍ରଙ୍କର ଖ୍ୟାତି ରହିଛି। ୨୦୧୭ ମସିହାରେ ଏମ୍‌ଏସ୍‌ରେ କନ୍ଧମାଳ ଜିଲାର ଯୋଡ଼ା ମୁଣ୍ଡ ଥିବା ଶିଶୁ ଜଗା-ବଳିଆଙ୍କ ସଫଳ ଅସ୍ତ୍ରୋପଚାର କରି ଅଲଗା କରିବା ଘଟଣାରେ ସେ ଚର୍ଚ୍ଚିତ ହୋଇଥିଲେ।

    ସେହିଭଳି ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ସଫଳତା ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ଦୁର୍ଗାଚରଣ ରଣବୀର ଅନ୍ୟତମ। ଶିକ୍ଷକ ଭାବେ ତାଙ୍କ ପାଖରେ ଦୀର୍ଘ ୨ ଦଶନ୍ଧିରୁ ଅଧିକ ସମୟର ଅଭିଜ୍ଞତା ରହିଛି। ସେ ହେଉଛନ୍ତି ଗୁରୁ ଦେବପ୍ରସାଦ ଦାସଙ୍କର ଶିଷ୍ୟ। ସେ ଭୁବନେଶ୍ବର, କଟକ, ନୂଆଦିଲ୍ଲୀ ଓ ଆମେରିକାରେ ଶିକ୍ଷାଦାନ କରିଛନ୍ତି।ଭୁବନେଶ୍ବରରେ ତାଙ୍କର ଏକ ପ୍ରତିଷ୍ଠାନ ପରିଚାଳିତ ହେଉଛି। ତାଙ୍କର ଶିଷ୍ୟମାନେ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ଛାତ୍ରବୃତ୍ତି ପାଉଛନ୍ତି।

    ଅନ୍ୟତମ ପ୍ରତିଭାଧାରିଣୀ ପଦ୍ମଶ୍ରୀ ସମ୍ମାନ ଲାଗି ମନୋନୀତ ହୋଇଥିବା ପ୍ରତିଭା ଶତପଥୀ କେନ୍ଦ୍ର ସାହିତ୍ୟ ପୁରସ୍କାରପ୍ରାପ୍ତ। ସେ ସାହିତ୍ୟ କ୍ଷେତ୍ରରେ ଏକ ଉଜ୍ଜଳ ତାରକା। ୧୯୪୫ ମସିହା ନଭେମ୍ବର ୨୭ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ। ୧୯୬୨ ମସିହାରେ ତାଙ୍କର ପ୍ରଥମ କବିତା ସଂକଳନ ‘ଆମ କବିତା’ ପ୍ରକାଶ ପାଇଥିଲା। ସେବେ ଠାରୁ ତାଙ୍କର ଅନେକ ଗୁଡ଼ିଏ କବିତା ସଂକଳନ ପ୍ରକାଶିତ ହୋଇଛି। ତାଙ୍କର ପୁସ୍ତକ ହିନ୍ଦୀ ଓ ଇଂରାଜୀରେ ମଧ୍ୟ ଅନୁବାଦ ହୋଇଛି। ଜାତୀୟ ଓ ଆଞ୍ଚଳିକ ସ୍ତରରେ ତାଙ୍କୁ ଅନେକ ପୁରସ୍କାର ମିଳିଛି।

    ସେହିଭଳି କଳାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ଶ୍ରୀ ଗଡ଼ନାୟକଙ୍କୁ ପଦ୍ମଶ୍ରୀ ସମ୍ମାନ ଲାଗି ମନୋନୀତ କରାଯାଇଛି।ସେ ସୂକ୍ଷ୍ମକଳାରେ ବିକେ କଲେଜ ଅଫ୍‌ ଆର୍ଟ ଆଣ୍ଡ କ୍ରାଫ୍ଟରୁ ସ୍ନାତକ ଡିଗ୍ରୀ ହାସଲ ପରେ ୟୁନିଭେର୍ସିଟି କଲେଜ ଅଫ ଲଣ୍ଡନର ସ୍ଲାଡେ ସ୍କୁଲ ଅଫ୍‌ ଫାଇନ ଆର୍ଟରେ ଉଚ୍ଚତର ଶିକ୍ଷାଲାଭ କରି କଳା ଓ ଭାସ୍କର‌୍ୟ୍ୟରେ ମନୋନିବେଶ କରିଥିଲେ। ସେ ନୂଆଦିଲ୍ଲୀର ରାଜଘାଟରେ ଥିବା ମହାତ୍ମା ଗାନ୍ଧୀଙ୍କ ଲବଣ ସତ୍ୟାଗ୍ରହ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ଇଣ୍ଡିଆ ଗେଟ୍‌ ନିକଟରେ ନେତାଜୀ ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ଦେଶ ବିଦେଶରେ ସେ ଅନେକ ପଥର ମୂର୍ତ୍ତିରେ ନିଜର କଳାନୈପୂଣ୍ୟର ନିଦର୍ଶନ ଦେଖାଇଛନ୍ତି। ସେ ଏବେ ନ୍ୟାସନାଲ ଗ୍ୟାଲେରୀ ଅଫ ମଡ଼ର୍ନ ଆର୍ଟର ମହାନିର୍ଦେଶକ ଭାବେ କାର୍ଯ୍ୟରତ । ୧୯୬୩ ଏପ୍ରିଲ ୨୪ ତାରିଖରେ ଢେଙ୍କାନାଳ ଜିଲା ଯୋରନ୍ଦା ନିକଟବର୍ତ୍ତୀ ନେଉଳପୋଇ ଗ୍ରାମର ରାଧାମୋହନ ଗଡ଼ନାୟକ ଓ ଆଦର ଗଡ଼ନାୟକଙ୍କ କୋଳମଣ୍ଡନ କରିଥିଲେ। ଏହି ଖବର ପାଇବା ପରେ ଗାଁରେ ଉତ୍ସବର ପରବେଶ ସୃଷ୍ଟି ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    55 %
    3.3kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ