Wednesday, October 7, 2026
30.3 C
Odisha

    ୫ ଛାତ୍ରଙ୍କୁ ସବୁଦିନ ପାଇଁ ହଷ୍ଟେଲ୍‌‌ ମନା, ମିଳିବନି ମେଧାବୃତ୍ତି କିମ୍ବା ଫେଲୋସିପ୍‌

    ଆଗକୁ ପଢନ୍ତୁ

    ଏମ୍‌‌କେସିଜି ମେଡିକାଲ କଲେଜରେ ୨ୟ ବର୍ଷର ଡାକ୍ତରୀ ଛାତ୍ରଙ୍କୁ ସିନିଅର ଛାତ୍ରମାନେ ରାଗିଂ କରିବା ଘଟଣାରେ କର୍ତ୍ତୃପକ୍ଷ ୫ ଜଣ ସିନିଅର ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଘଟଣାରେ ସମ୍ପୃକ୍ତ ସିନିଅର ଛାତ୍ର କିରଣ କୁମାର ସୋରେନ, ଲଳିତ ମୋହନ ରଥ, ନିକୁଞ୍ଜ ବିହାରୀ ରାଉତରାୟ, ସଞ୍ଜୟ ମୁର୍ମୁ ଓ ବିଶ୍ୱକାନ୍ତ ଗୁରୁଙ୍କୁ ଆଣ୍ଟି ରାଗିଂ କମିଟିର ନିଷ୍ପତ୍ତି ପ୍ରକାରେ ଆସନ୍ତା ୬ ମାସ ପର୍ଯ୍ୟନ୍ତ କଲେଜ କ୍ୟାମ୍ପସ ବାରଣ କରାଯାଇଛି।

    ଏହାସହ ଏହି ଛାତ୍ରମାନଙ୍କୁ ସବୁଦିନ ପାଇଁ ହଷ୍ଟେଲରେ ରହିବା ଉପରେ କଟକଣା ଜାରି କରାଯିବା ସହ ସ୍କଲାରସିପ କିମ୍ୱା ଫେଲୋସିପ ଏବଂ ଅନ୍ୟାନ୍ୟ ସୁବିଧାରୁ ମଧ୍ୟ ବଞ୍ଚିତ ହେବେ ବୋଲି ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଡିନଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ସ୍ପଷ୍ଟ ଉଲ୍ଲେଖ ରହିଛି। ନିର୍ଦ୍ଦେଶନାମା ପାଇବା ପରେ ଉପରୋକ୍ତ ୫ଜଣ ଛାତ୍ର ହଷ୍ଟେଲ ଛାଡ଼ି ଦେଇଥିବା ଜଣାପଡ଼ିଛି। ସେହିଭଳି ଦ୍ୱିତୀୟ ରାଗିଂ ଅଭିଯୋଗ ଶେଷ ବର୍ଷର ୪ ଜଣ ଛାତ୍ରଙ୍କ ବିରୋଧରେ ଆସିଥିବା ବେଳେ ଅଭିଯୋଗର ତଦନ୍ତ ଜାରି ରହିଥିବା ଜଣାପଡ଼ିଛି। ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ସେମାନଙ୍କ ବିରୁଦ୍ଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିନ୍‌‌ ତଥା ଆଣ୍ଟି ରାଗିଂ କମିଟିର ଅଧ୍ୟକ୍ଷ ପ୍ରଫେସର ଡା. ସୁଚିତ୍ରା ଦାସ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    57 %
    0.7kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ