Sunday, March 16, 2025
26.4 C
Odisha

    ୬୦୦ ବର୍ଷ ଧରି ପାଳିତ ହେଉଛି କନିକା ରାଜମେଳଣ, ଉଠୁଛି ପଡୁଛି ଗାଁ ଦାଣ୍ଡ

    ଆଗକୁ ପଢନ୍ତୁ

    କେନ୍ଦ୍ରାପଡା ଜିଲ୍ଲାରେ ପାଳିତ ହେଉଛି କନିକା ରାଜମେଳଣ । ୫ଦିନ ଧରି ଚାଲିଥିବା ଏହି ମେଳଣ ଉତ୍ସବରେ ୫୦ରୁ ଉର୍ଦ୍ଧ୍ବ ରାଧାକୃଷ୍ଣଙ୍କ ବିଭାନକୁ କାନ୍ଧୁଆମାନେ ମେଳଣ ସ୍ଥଳକୁ ଆଣିଥାନ୍ତି । ସେଠାରେ ଠାକୁରଙ୍କ ନିକଟରେ ଭୋଗଲାଗି କରାଯାଇଥାଏ । କଥାବସ୍ତୁ ଅନୁଯାୟୀ ତତ୍କାଳୀନ କନିକା ରାଣୀ ପାଟ ମହାଦେଇ ରାଧାନାଥ କୃଷ୍ଣଙ୍କର ବଡ଼ଭକ୍ତ ଥିଲେ । ବିବାହ ପରେ ଏକ ଶଗଡ଼ ଗାଡ଼ିରେ ବହୁ ଆଧ୍ୟାତ୍ମିକ ପୁସ୍ତକ ଆଣିଥିଲେ । ତାଙ୍କର ସେହି ମାନସିକତାକୁ ସାଧାରଣରେ ପ୍ରତିପାଦିତ କରିବା ପାଇଁ ମଠ ମନ୍ଦିର ନିର୍ମାଣ କରିବା ସହ ଶ୍ରୀଜୀଉଙ୍କୁ ପ୍ରତିଷ୍ଠା କରିଥିଲେ । ଆଉ ସେହିଦିନ ଠାରୁ ପରମ୍ପରାକୁ ବଜାୟ ରଖିବା ପାଇଁ ଏହି କନିକା ରାଜମେଳଣ ଅନୁଷ୍ଠିତ ହୋଇଆସୁଛି ବୋଲି ଲୋକେ କୁହନ୍ତି । ଦୀର୍ଘ ୬୦୦ବର୍ଷର ପରମ୍ପରାକୁ ନେଇ ଆଜି ବି ପାଳିତ ହେଉଛି କନିକା ରାଜମେଳଣ । ୫୦ରୁ ଉର୍ଦ୍ଧ୍ବ ରାଧାକୃଷ୍ଣଙ୍କର ବିଗ୍ରହକୁ ବିଭାନରେ ବସାଇ କାନ୍ଧୁଆମାନେ ଗାଁକୁ ଗାଁ ବୁଲାଇଥାନ୍ତି । ଆଉ ଘର ଘର ବୁଲି ଭୋଗ ଖାଇଥାନ୍ତି ଠାକୁର । ଏହି ରାଜମେଳଣକୁ ଦେଖିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରର ଶ୍ରଦ୍ଧାଳୁଙ୍କର ବେଶ ଭିଡ଼ ଜମୁଛି ।

    ପାଞ୍ଚଦିନ ଧରି ଚାଲିଥିବା ଏହି ମେଳଣର ପ୍ରଥମ ଦିନରେ କାଳିକାପୁର, ଦ୍ଵିତୀୟ ଦିନରେ ଆୟତନ, ତୃତୀୟ ଦିନରେ ଦେଉଳି, ଚତୁର୍ଥ ଦିନରେ ଗିରିୟା ଓ ଶେଷରେ ରାଜମେଳଣ ଅନୁଷ୍ଠିତ ହୋଇଥାଏ । କନିକା ରାଜବାଟି ପରିସରେ ଅନୁଷ୍ଠିତ ହୋଇଥାଏ ଶେଷ ମେଳଣ ଉତ୍ସବ । ପୁରାତନ ହୋଲି ଗୀତ ସାଙ୍ଗକୁ ଘଣ୍ଟ ହୁଳହୁଳି, ଝାଞ୍ଜ ମୃଦଙ୍ଗ ସହିତ ନାଚ ଗୀତରେ ଫାଟି ପଡ଼ିଥିଲା ମେଳଣ ପଡ଼ିଆ । ଏହି ଉତ୍ସବରେ କନିକା ରାଜା ଶିବେନ୍ଦ୍ର ନାରାୟଣ ଭଞ୍ଜଦେବ ଏବଂ ରାଣୀ ମୃଣାଳିନୀ ଦେବୀ ହଜାର ହଜାର ଲୋକମାନଙ୍କ ସହିତ ରଙ୍ଗ ଅଭିରରେ ହୋଲି ଖେଳି ଶୁଭେଚ୍ଛା ଜଣାଇଛନ୍ତି । ରାଜାରାଣୀ ରାଧାକୃଷ୍ଣଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି ।ସେହିପରି ଆଳି ବ୍ଲକ ଅନ୍ତର୍ଗତ କଳଦିଆ ଗାଁରେ ଶ୍ରୀ ଶ୍ରୀ ଉଗ୍ରେସୋର ଗୁରୁ ମହାରାଜାଙ୍କ ଜନ୍ମ ଉତ୍ସବ ଉପଲକ୍ଷେ ହରିହାଟ ନାମ ସଂକୀର୍ତ୍ତନ ଓ ଭାଗବତ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭଜନ ସଂକୀର୍ତ୍ତନ ସହ ୧୦୮ ବ୍ରାହ୍ମଣ ପଣ୍ଡିତମାନଙ୍କୁ ନେଇ ଭାଗବତ ପଠନ କର୍ଜ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ଶ୍ରଦ୍ଧାଳୁମାନେ ଆସି ଠାକୁରଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ । କାହିଁ କେଉଁ କାଳରୁ ପାଳିତ ହେଉଛି କନିକା ରାଜମେଲଣ, ଐତିହ୍ୟ ପରମ୍ପରାକୁ ବହନ କରୁଥିବା ଏହି ମେଳଣରେ ସାମିଲ ହୋଇଥାନ୍ତି ହଜାର ହଜାର ଶ୍ରଦ୍ଧାଳୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.4 ° C
    26.4 °
    26.4 °
    19 %
    1.9kmh
    0 %
    Sat
    26 °
    Sun
    40 °
    Mon
    40 °
    Tue
    40 °
    Wed
    41 °

    ସମ୍ବନ୍ଧିତ