Tuesday, October 28, 2025
21.9 C
Odisha

    ୬୦ କୋଟି ଠକେଇ ମାମଲାରେ ଶିଳ୍ପା ସେଠୀଙ୍କୁ EOWର ଜେରା

    ଆଗକୁ ପଢନ୍ତୁ

    ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧିକ ଶାଖା ୫ ଘଣ୍ଟା ଧରି ପଚରାଉଚରା କରିଛି । ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ୬୦ କୋଟି ଟଙ୍କାର ଠକେଇ ମାମଲା ପୋଲିସ ରାଡାରରେ ରହିଛି । ଏ ନେଇ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସମେତ ୫ ଜଣଙ୍କର ବୟାନ ରେକର୍ଡ ହୋଇଛି । ଠକେଇ କରିଥିବା ସଂସ୍ଥାର ନିର୍ଦ୍ଦେଶକ ଥିଲେ ଉଭୟ ଶିଳ୍ପା ଓ କୁନ୍ଦ୍ରା ।

    ଖବର ମୁତାବକ, ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ପୁଲିସକୁ ଦେଇଥିବା ତାଙ୍କ ବୟାନରେ କହିଛନ୍ତି ଯେ, ଠକେଇ ଅଭିଯୋଗକାରୀ ଦୀପକ କୋଠାରୀଙ୍କ ମାଲିକାନାରେ ଥିବା ଏକ ଏନବିଏଫସିରୁ ୬୦ କୋଟି ଋଣ ନିଆଯାଇଥିଲା । ଏହି ଋଣକୁ ପରେ କୋଠାରୀଙ୍କ କମ୍ପାନୀରେ ଇକ୍ୱିଟିରେ ରୂପାନ୍ତରିତ କରାଯାଇଥିଲା । ଏହି ପରିମାଣର ୨୦ କୋଟି ସେଲିବ୍ରିଟି ପ୍ରମୋସନ, ପ୍ରସାରଣ ଖର୍ଚ୍ଚ ଏବଂ ଅନ୍ୟାନ୍ୟ ବାବଦରେ ହୋଇଥିଲା । ବିପାଶା ବାସୁ ଏବଂ ନେହା ଧୂପିଆଙ୍କୁ ଏହି କାମ ପାଇଁ ଟଙ୍କା ଦିଆଯାଇଥିଲା । ରାଜ ପୋଲିସକୁ ପ୍ରମୋସନର ଫଟୋ ମଧ୍ୟ ଦେଇଛନ୍ତି । ଅନେକ କାଗଜପତ୍ର ପ୍ରଦାନ କରିଥିଲେ, ଯାହାର ଯାଞ୍ଚ କରାଯାଉଛି । ଅଗଷ୍ଟ ମାସରେ ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା (EOW) ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ୬୦.୪ କୋଟି ଟଙ୍କାର ଠକେଇ ମାମଲା ରୁଜୁ କରିଥିଲା । ସେପ୍ଟେମ୍ବରରେ ଏକ ଲୁକଆଉଟ୍ ନୋଟିସ ଜାରି ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.9 ° C
    21.9 °
    21.9 °
    97 %
    1.3kmh
    100 %
    Mon
    22 °
    Tue
    25 °
    Wed
    27 °
    Thu
    28 °
    Fri
    29 °

    ସମ୍ବନ୍ଧିତ