Monday, October 19, 2026
21.9 C
Odisha

    ବିଜେପି ନେତା ପୀତବାସ ପଣ୍ଡାଙ୍କୁ ହତ୍ୟା ଘଟଣା, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଜଘନ୍ୟ ହତ୍ୟା ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ଘଟଣାର ଦୃଢ ନିନ୍ଦା କରିବା ସହ ଖୁବଶୀଘ୍ର ଦୋଷୀଙ୍କୁ ଖୋଜି ବାହାର କରାଯିବ ଏବଂ ସେମାନଙ୍କ ଵିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଲେ ମୋହନ । ଓଡ଼ିଶା ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ । ଏଭଳି ଜଘନ୍ୟ ଓ ଅମାନୁଷିକ ଘଟଣାକୁ କୌଣସି ପରିସ୍ଥିତିରେ ମଧ୍ଯ ବରଦାସ୍ତ କରାଯିବ ନାହିଁ । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

    ଅନ୍ୟପଟେ ବିଜେପି ନେତା ପୀତବାସ ପଣ୍ଡାଙ୍କୁ କିଏ କଲା ହତ୍ୟା । ରାଜନୈତିକ ନା ବ୍ୟକ୍ତିଗତ ଶତୃତା କାରଣ ଖୋଜୁଛି ପୋଲିସ। ସିସିଟିଭି ଫୁଟେଜରୁ ମିଳିଛି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ । କିଏ ଓ କାହିଁକି ମାରିଲା ଗୁଳି ପୋଲିସ ଆଇଜି, ଗଞ୍ଜାମ ଏସପି ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଜୋରଦାର ତଦନ୍ତ ଚଳାଇଛନ୍ତି । ବାଇକ୍ ରେ ଆସି ଦୁଇ ରାଉଣ୍ଡ ଗୁଳିମାଡ଼ କରି ଫେରାର ହୋଇ ଯାଇଥିଲେ ମୁଖାପିନ୍ଧା ର୍ଦୁବୃତ୍ତ। ଗତକାଲି ରାତି ପ୍ରାୟ ୧୦ ଟା ସମୟରେ ବୈକୁଣ୍ଠନଗରରେ ଥିବା ତାଙ୍କ ଘର ନିକଟରେ ଦୁର୍ବୃତ୍ତମାନେ ଗୁଳି କରିଥିଲେ । ଘରକୁ ଫେରୁଥିବା ବେଳେ ତାଙ୍କ ଘର ନିକଟରେ ଦୁଇ ଜଣ ବାଇକରେ ଆସି ତାଙ୍କୁ ଅଟକାଇଥିଲେ । ଏହାପରେ ଅତର୍କିତ ଭାବେ ଗୁଳି ଚଳାଇ ଚମ୍ପଟ ମାରିଥିଲେ । ପୀତବାସଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ