କୋରାପୁଟ : ୬୦ ଫୁଟ ଉପରୁ ପାହାଡ଼ ତଳକୁ ଖସିଲା ଓଏସଆରଟିସି ବସ୍ I ଦୁର୍ଘଟଣାରେ ୧୫ ଯାତ୍ରୀ ଆହତ ହୋଇଛନ୍ତି । କୋରାପୁଟ ଜିଲ୍ଲା ସୁଙ୍କିରେ ପାହାଡ ତଳକୁ ଖସି ପଡ଼ିଲା ଓଏସଆରଟିସିର ଭଲବୋ ବସ୍ । ବସଟି ଭବାନୀପାଟଣାରୁ ବିଶାଖାପାଟଣା ଯାଉଥିଲା । ରାତି ପ୍ରାୟ ୨ ଟା ସମୟରେ ସୁଙ୍କି ଥାନା ପୂର୍ବରୁ ବସଟି ପାହାଡ଼ ତଳକୁ ଖସିଯାଇଥିଲା ।ଖବର ପାଇ ସୁଙ୍କି ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
