Sunday, March 1, 2026
21.5 C
Odisha

    ୬୬ ତମ ପ୍ରତିଷ୍ଠା ଦିବସ ପାଳୁଛି ନନ୍ଦନକାନନ, ନୂଆ ଖୁଆଡ଼ର ହେବ ଶୁଭ ଉଦଘାଟନ

    ଆଗକୁ ପଢନ୍ତୁ

    ବାରଙ୍ଗ : ଆଜି ନନ୍ଦନକାନନର ୬୬ ତମ ପ୍ରତିଷ୍ଠା ଦିବସ । ୧୯୬୦ ମସିହା ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା ନନ୍ଦନକାନନ ପ୍ରାଣୀଉଦ୍ୟାନ । ଚଳିତ ବର୍ଷ ନନ୍ଦନକାନନରେ ମହା ଆଡ଼ମ୍ବରରେ ପାଳିତ ହେଉଛି ପ୍ରତିଷ୍ଠା ଦିବ ସ। ଏହି ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମସିଂ ଖୁଣ୍ଟିଆ ଯୋଗଦେବେ । ନୂଆ ଖୁଆଡ଼ର ଶୁଭ ଉଦଘାଟନ କରିବେ ।

    ଉତ୍ତର-ପୂର୍ବ ପଟତଳ, ଛୋଟ ବିରାଡ଼ି ଖୁଆଡ, ସମ୍ମୁଖ କାଚ ଦୃଶ୍ୟମାନ କଲରାପତରିଆ ବାଘ ଖୁଆଡ଼, ଶାଳିଆପତନି ଓ ଡାଳିଓଧ ଖୁଆଡ଼ ସମୂହ, ଉଦ୍ୟାନ କୃଷି, ତୃଣଭୋଜୀ କ୍ୱାରେଣ୍ଟାଇନ ଓ ସରୀସୃପ କ୍ୱାରେଣ୍ଟାଇନକୁ ଉଦଘାଟନ କରିବେ । ପରେ ପରେ ପ୍ରାଣୀ ଉଦ୍ୟାନରେ ଜନ୍ମ ଗ୍ରହଣ କରିଥିବା ବାଘ ଛୁଆ, ସିଂହ ଛୁଆ, ସିମ୍ପାଞ୍ଜି ଛୁଆ ଓ ହିମାଳୟ କଳାଭାଲୁ ଛୁଆଙ୍କ ନାମକରଣ ହେବ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କାର୍ଯ୍ୟରତ କର୍ମଚାରୀଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯିବ ।ନୂଆ ଖୁଆଡ ଉଦଘାଟନ ପରେ ପର୍ଯ୍ୟଟକ ମାନେ ଅଧିକ ମଜା ଉଠାଇ ପାରିବେ । ନୂଆ ଜୀବଜନ୍ତୁଙ୍କୁ ଦେଖିବାକୁ ପାଇବେ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.5 ° C
    21.5 °
    21.5 °
    46 %
    2.1kmh
    0 %
    Sat
    22 °
    Sun
    36 °
    Mon
    36 °
    Tue
    37 °
    Wed
    38 °

    ସମ୍ବନ୍ଧିତ