ଭୁବନେଶ୍ବର : ରାଜ୍ୟର ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚକୁଶଳୀ ଶ୍ରମିକ/କର୍ମଚାରୀମାନଙ୍କ ପରିବର୍ତ୍ତନୀୟ ମହଙ୍ଗା ଭତ୍ତା ଅତିରିକ୍ତ ଭାବେ ଦୈନିକ ୬ ଟଙ୍କା ବୃଦ୍ଧି କରାଯାଇଛି। ଅକ୍ଟୋବର ୧ରୁ ଏହା ଲାଗୁ ହେବ। ରାଜ୍ୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୪୭୨ ଟଙ୍କାରୁ ୪୭୮ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ୫୨୨ ରୁ ୫୨୮ ଟଙ୍କା, କୁଶଳୀ ଶ୍ରମିକଙ୍କ ମଜୁରୀ ୫୭୨ ଟଙ୍କାରୁ ୫୭୮ ଟଙ୍କା ଏବଂ ଉଚ୍ଚ କୁଶଳୀ ଶ୍ରମିକଙ୍କ ମଜୁରୀ ୬୨୨ ଟଙ୍କାରୁ ୬୨୮ ଟଙ୍କା ବୃଦ୍ଧି କରାଯାଇଛି। ଏହ ଦ୍ବାରା ରାଜ୍ୟର ସଂଗଠିତ ତଥା ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ / କର୍ମଚାରୀ ମାନେ ଉପକୃତ ହେବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
