Wednesday, April 1, 2026
35.5 C
Odisha

    ୭୦୦ ଫୁଟ ଗଭୀର ଖାତକୁ ଖସିଲା ସେନା ଗାଡ଼ି, ୩ ଯବାନ ଶହୀଦ

    ଆଗକୁ ପଢନ୍ତୁ

    ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରର ରାମବନ ଜିଲ୍ଲାରେ ଆଜି ଏକ ବଡ଼ ଦୁର୍ଘଟଣା ଘଟିଛି। ପ୍ରାୟ ୭୦୦ ଫୁଟ ଗଭୀର ଖାତକୁ ଖସିପଡ଼ିଛି ସେନା ଗାଡ଼ି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ତିନି ଜଣ ଯବାନ ଶହୀଦ ହୋଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ, ସକାଳ ୧୧ଟା ୩୦ ସମୟରେ ଜାତୀୟ ରାଜପଥ-୪୪ର ବ୍ୟାଟେରୀ ଚଷମା ନିକଟରେ ଏହି ଦୁର୍ଘଟଣା ଘଟିଛି। ସେନା ଟ୍ରକଟି ଜମ୍ମୁରୁ ଶ୍ରୀନଗର ଯାଉଥିଲା।

    ଦୁର୍ଘଟଣାର ତୁରନ୍ତ ପରେ ଏସଡିଆରଏଫ, ପୁଲିସ, ସେନା ଏବଂ ସ୍ଥାନୀୟ ସ୍ବେଚ୍ଛାସେବୀମାନେ ମିଳିତ ଭାବରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୁର୍ଘଟଣାରେ ଗାଡ଼ିଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଛି ଏବଂ ଏଥିରେ ଯାତ୍ରା କରୁଥିବା ତିନି ଜଣ ଯବାନ ଶହୀଦ ହୋଇଛନ୍ତି। ଶହୀଦ ହୋଇଥିବା ଯବାନମାନଙ୍କ ନାଁ ଅମିତ କୁମାର, ସୁଜିତ କୁମାର ଓ ମନ ବାହାଦୁର ବୋଲି ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.5 ° C
    35.5 °
    35.5 °
    20 %
    1.2kmh
    4 %
    Wed
    39 °
    Thu
    41 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ