Wednesday, September 30, 2026
22.9 C
Odisha

    ୭୦ ଘଣ୍ଟା କାର୍ଯ୍ୟସପ୍ତାହ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ଦେଲେ ନାରାୟଣ ମୂର୍ତ୍ତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଳୀ: ୭୦ ଘଣ୍ଟା କାର୍ଯ୍ୟସପ୍ତାହ ମନ୍ତବ୍ୟକୁ ନେଇ ଇନଫୋସିସ୍ ସହ-ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ବିବାଦ ଭିତରକୁ ପଶି ଆସିଥିବା ବେଳେ ସୋମବାର ସେ ତାହାକୁ ନେଇ ନିଜର ମନ୍ତବ୍ୟ ସଂପର୍କରେ ସଫେଇ ଦେଇଛନ୍ତି। ସେ କହିଛନ୍ତି ଯେ କେହି ଏହାକୁ ଅନ୍ୟମାନଙ୍କ ଉପରେ ବଳପୂର୍ବକ ଲାଗୁ କରିପାରିବେ ନାହିଁ। ଏହା ଏକ ବ୍ୟକ୍ତିଗତ ପସନ୍ଦ।

    ଗତ ବର୍ଷ ଯୁବ ଭାରତୀୟମାନେ ସପ୍ତାହରେ ୭୦ ଘଣ୍ଟା କାମ କରିବା ଉଚିତ ବୋଲି ମତ ଦେଇ ସୋସିଆଲ ମିଡିଆରେ ଏକ ପ୍ରବଳ ବିତର୍କର ବିଷୟବସ୍ତୁ ସୃଷ୍ଟି କରିଥିଲେ ନାରାୟଣ ମୂର୍ତ୍ତି। ନିକଟରେ ତାଙ୍କର ଏକ ଭାଷଣରେ ସେ ସ୍ପଷ୍ଟୀକରଣ ଦେଇ ଏହା ନିଜସ୍ବ ପସନ୍ଦ ବୋଲି ସେ କହିଛନ୍ତି। ସେ କହିଛନ୍ତି, ‘‘ଏପରି କେହି ନାହାନ୍ତି କି କିଏ କହିପାରିବେ ନାହିଁ ଯେ ତୁମେ ଏହା କରିବା ଉଚିତ କି ତୁମେ ଏହା କରିବା ଉଚିତ୍ ନୁହେଁ।’’

    ସେ ଇନଫୋସିସ୍ ନିର୍ମାଣ ସମୟରେ ତାଙ୍କ କାର୍ଯ୍ୟାଳୟରେ ବିତାଇଥିବା ସମୟ ବିଷୟରେ କହିଥିଲେ। ସେ କହିଛନ୍ତି ଯେ, “ମୁଁ ସକାଳ ୬.୨୦ରେ କାର୍ଯ୍ୟାଳୟକୁ ଯାଉଥିଲି ଏବଂ ରାତି ୮.୩୦ରେ ବାହାରକୁ ଯାଉଥିଲି। ମୁଁ ଏହା ୪୦ ବର୍ଷ ଧରି କରିଆସୁଛି। ଏହା ଏକ ସତ୍ୟ। ତେଣୁ କେହି କହିପାରିବେ ନାହିଁ ଯେ ଏହା ଭୁଲ।” ସେ ଉଲ୍ଲେଖ କରିଛନ୍ତି ଯେ ଏହା ବ୍ୟକ୍ତିଗତ ପସନ୍ଦ, ସାର୍ବଜନୀନ ବିତର୍କ ପାଇଁ ନୁହେଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.9 ° C
    22.9 °
    22.9 °
    85 %
    1.1kmh
    82 %
    Wed
    30 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ