Saturday, June 27, 2026
34.8 C
Odisha

    ୮୦ ହଜାର ଟଙ୍କା ଲାଞ୍ଚ ବେଳେ ଧରିଲା ଭିଜିଲାନ୍ସ, ଏଲଆଇ ଗିରଫ

    ଆଗକୁ ପଢନ୍ତୁ

    ନବରଙ୍ଗପୁର  : ୮୦ ହଜାର ଟଙ୍କା ଲାଞ୍ଚ ନେଇ ଏଲଆଇ ଗିରଫ । ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ । ନବରଙ୍ଗପୁର ରାଇଘର ପଶୁଧନ ନିରୀକ୍ଷକ ପ୍ରଫୁଲ୍ଲ ହାଲଦାର ଗିରଫ । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧୀନରେ ସବସିଡି ଟଙ୍କା ଦେବାକୁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଲାଞ୍ଚ କାରବାର ବେଳେ ମାଡ଼ି ବସିଲା ଭିଜିଲାନ୍ସ । ଏହି ଯୋଜନାରେ ଦୁଗ୍ଧ ଚାଷୀମାନଙ୍କୁ ଗୋଟିଏରୁ ୫ଟି ଗାଈ ସହ ଦୁଗ୍ଧ ଉତ୍ପାଦନ ୟୁନିଟ୍ ସ୍ଥାପନ ପାଇଁ ସହାୟତା ଦିଆଯାଏ ।

    ଏହି ଯୋଜନାରେ ଜଣେ ହିତାଧିକାରୀଙ୍କ ସବସିଡି ଟଙ୍କା ମୁକ୍ତ କରିବାକୁ ପଶୁଧନ ନିରୀକ୍ଷକ ପ୍ରଫୁଲ୍ଲ ହାଲଦାର ୮୦ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଲାଞ୍ଚ ନ ଦେଲେ ସବସିଡି ଟଙ୍କା ବନ୍ଦ କରିଦେବେ ବୋଲି ଧମକ ଦେଇଥିଲେ । ହିତାଧିକାରୀ ଜଣଙ୍କ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ଅନୁସାରେ ଭିଜିଲାନ୍ସ ଟିମ୍ ପ୍ରଫୁଲ୍ଲ ଙ୍କୁ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା । ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ପାଇଁ ପ୍ରଫୁଲ୍ଲଙ୍କ ରାଇଘର DNK ସ୍ଥିତ ବାସଭବନ, ପାରୱେଲ ସ୍ଥିତ ପୈତୃକ ବାସଭବନ ଓ ସରକାରୀ କାର୍ଯ୍ୟାଳୟରେ ଚଢ଼ାଉ ହୋଇଛି । ସର୍ଚ୍ଚ ବେଳେ ତାଙ୍କ ଘରୁ ୮ଲକ୍ଷ ୨୪ ହଜାର ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    34.8 ° C
    34.8 °
    34.8 °
    50 %
    1kmh
    57 %
    Sat
    36 °
    Sun
    34 °
    Mon
    36 °
    Tue
    32 °
    Wed
    31 °

    ସମ୍ବନ୍ଧିତ