Wednesday, September 30, 2026
22.7 C
Odisha

    ୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ ମୋହର, ନିୟମିତ ହେବେ ୫୦୪ ଜଣ ଠିକା ଅଙ୍ଗନବାଡ଼ି ସୁପରଭାଇଜର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ରାଜ୍ୟ କ୍ୟାବିନେଟରେ ୩ଟି ବିଭାଗର ୮ ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି ମିଳିଛି। ମହିଳା ଓ ଶିଶୁ ବିକାଶର ୫୦୪ ଜଣ ଠିକା ସୁପର ଭାଇଜରଙ୍କୁ ରେଗୁଲାର ପାଇଁ ନିଷ୍ପତି ହୋଇଛି। ସ୍ୱାସ୍ଥ୍ୟବିଭାଗର ୬ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି। ୬ ପାରାମେଡିକ କ୍ୟାଡର ରୁଲ୍‌ରେ ସଂଶୋଧନ ନେଇ ବି ନିଷ୍ପତ୍ତି ହୋଇଛି। ଜଳ ସମ୍ପଦ ବିଭାଗ ତରଫରୁ ଜଳ ସୂଚନା ବିଜ୍ଞାନ କେନ୍ଦ୍ର ସ୍ଥାପନ ହେବ। ପାଣିପାଗ ଏବଂ ଜଳ ସମ୍ବଧୀୟ ସୂଚନା ପାଇଁ ଗୋଟିଏ ଜାଗାରେ ମିଳିବ ସୁବିଧା । ଏ ନେଇ ଆଜି କ୍ୟାବିନେଟରେ ମୋହର ବାଜିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.7 ° C
    22.7 °
    22.7 °
    83 %
    1.4kmh
    31 %
    Wed
    30 °
    Thu
    30 °
    Fri
    31 °
    Sat
    31 °
    Sun
    31 °

    ସମ୍ବନ୍ଧିତ