Sunday, October 4, 2026
30.6 C
Odisha

    ୱାର୍ଡମେମ୍ବରଙ୍କ ଗୋଡ଼ ତଳେ ପଡି ମୁଣ୍ଡିଆ ମାରିଲେ ସରପଞ୍ଚ

    ଆଗକୁ ପଢନ୍ତୁ

    ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ସରପଞ୍ଚ ୱାର୍ଡ ମେମ୍ବର ଙ୍କ ଗୋଡ଼ ତଳେ ପଡ଼ିଥିଲେ। କ୍ଷମା ନକଲା ଯାଏ ଉଠିବିନି, ଅନାସ୍ଥା ପ୍ରସ୍ତାବ ଡରରେ ୱାର୍ଡମେମ୍ବରଙ୍କୁ ଭୋଜି ଭାତ ଦେଇ ଗୋଡ଼ତଳେ ପଡୁଛନ୍ତି ସରପଞ୍ଚ ବାବୁ ଏହିଭଲି ଘଟଣା ଦେଖିବାକୁ ମିଳିଛି। ବଲାଙ୍ଗୀର ଜିଲ୍ଲା ଜିଲ୍ଲା ତୁରେକେଲା ବ୍ଲକ ଉପାନ୍ତ ପଞ୍ଚାୟତ ବଡ଼ବାଙ୍କୀରେ ୨୦୨୨ ପଞ୍ଚାୟତ ନିର୍ବାଚନରେ ବିଜୟ ହୋଇଥିବା ସରପଞ୍ଚ ଡୋଲାଧରା ବାଗଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ସେ ପଞ୍ଚାୟତ ୮ ଜଣ ୱାର୍ଡମେମ୍ବର। ସେମାନେ ଏନେଇ ଟିଟିଲାଗଡ ଉପ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ଅନାସ୍ଥା ପ୍ରସ୍ତାବ ପ୍ରଦାନ କରିଥିଲେ। ଘଟଣା ଜାଣିବା ପରେ ସରପଞ୍ଚ ଡୋଲାଧର ବାଗ ସମସ୍ତ ୱାର୍ଡମେମ୍ବରଙ୍କୁ ଡାକି ଏକ ଭୋଜିଭାତର ଆଶର ଜମାଇଥିଲେ। ଏବଂ ଅନାସ୍ଥା ପ୍ରସ୍ତାବ ନ କରିବାକୁ ୱାର୍ଡମେମ୍ବରଙ୍କୁ ମୁଣ୍ଡିଆ ମାରି କ୍ଷମା ମାଗିଥିଲେ। ଯାହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଏନେଇ ଜଣେ ୱାର୍ଡମେମ୍ବର ଜ୍ଞାନରଞ୍ଜନ ନିଆଲ ସରପଞ୍ଚ ତାଙ୍କ ମନମୁଖୀରେ କାମ କରୁଥିବା ବେଳେ ୱାର୍ଡମେମ୍ବର ମାନଙ୍କୁ ଅଣ ଦେଖା କରିବା ସହ ସବୁ ବେଳେ ଦୁର୍ନୀତିରେ ଲିପ୍ତ ଥିଲେ।  ସେଥି ପାଇଁ ଆମେ ଅନାସ୍ଥା ପ୍ରସ୍ତାବ ଆଣିଛୁ ବୋଲି ଗଣମାଧ୍ୟମ ସାମ୍ନାରେ କହିଛନ୍ତି। ଅନ୍ୟପକ୍ଷରେ ଏନେଇ ସରପଞ୍ଚଙ୍କ କୌଣସି ପ୍ରତିକିୟା ମିଳିପାରିନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ