Sunday, October 18, 2026
23.2 C
Odisha

    ଦେଢ଼ ବର୍ଷରେ ୧୦ ଲକ୍ଷ ଚାକିରି ଦିଆଯାଇଛି: ମୋଦୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ରୋଜଗାର ମେଳା ମାଧ୍ୟମରେ ବେକାର ଯୁବକଯୁବତୀମାନଙ୍କୁ ଚାକିରି ଦେବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ସୋମବାର ଏକ ରୋଜଗାର ମେଳାକୁ ଭର୍ଚୁଆଲ ମାଧ୍ୟମରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ତାଙ୍କ ସରକାର ଗତ ୧୮ ମାସ ମଧ୍ୟରେ ପାଖାପାଖି ୧୦ ଲକ୍ଷ ଲୋକଙ୍କୁ ସ୍ଥାୟୀ ସରକାରୀ ଚାକିରି ଦେଇ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ପୂର୍ବ ସରକାରଙ୍କ କାର୍ଯ୍ୟକାଳରେ ଯୁବକମାନଙ୍କୁ ସ୍ଥାୟୀ ସରକାରୀ ଚାକିରି ମିଳୁ ନ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
    ଦେଶର ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଓ ଅନୁଷ୍ଠାନରେ ସରକାରୀ ଚାକିରି ଦେବା ପାଇଁ ଅଭିଯାନ ଚାଲିଛି। ଆଜି ମଧ୍ୟ ୭୧ ହଜାରରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। କୁଏତ ଗସ୍ତ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମୁଁ ଗତକାଲି ବିଳମ୍ବିତ ରାତିରେ କୁଏତରୁ ଫେରିଛି। ସେଠାରେ ଭାରତର ଯୁବକ ଓ ପେସାଦାରମାନଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲି। ଏବେ ଏଠାକୁ ଆସିବା ପରେ ଦେଶର ଯୁବପିଢ଼ିଙ୍କ ସହ ଏହା ମୋର ପ୍ରଥମ କାର୍ଯ୍ୟକ୍ରମ। ଏହା ଏକ ଅତ୍ୟନ୍ତ ଆନନ୍ଦଦାୟକ ଅବସର ଯେ ଆଜି ଦେଶର ହଜାର ହଜାର ଯୁବକଙ୍କ ପାଇଁ ଜୀବନର ଏକ ନୂତନ ଆରମ୍ଭ ହେଉଛି। ତୁମର ଅନେକ ବର୍ଷର ସ୍ୱପ୍ନ ସାକାର ହୋଇଛି ଓ ଅନେକ ବର୍ଷର କଠିନ ପରିଶ୍ରମ ସଫଳ ହୋଇଛି ବୋଲି ମୋଦୀ କହିଥିଲେ। ପିଆଇବି ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ସାରା ଦେଶରୁ ମନୋନୀତ ହୋଇଥିବା ଓ ନୂଆ ନିଯୁକ୍ତି ପାଇଥିବା ବ୍ୟକ୍ତିମାନେ ଗୃହ ମନ୍ତ୍ରଣାଳୟ, ଡାକ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ ଆଦିରେ ଯୋଗ ଦେବେ। ସୋମବାର ଦେଶର ୪୫ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ ନିଯୁକ୍ତି ପାଇଥିବା ୭୧ ହଜାର ଲୋକଙ୍କ ମଧ୍ୟରୁ ୨୯ ପ୍ରତିଶତ ଓବିସି ବର୍ଗର। ଉପା ତୁଳନାରେ ମୋଦୀ ସରକାରଙ୍କ ଅମଳରେ ପଛୁଆ ବର୍ଗର ନିଯୁକ୍ତି ୨୭ ପ୍ରତିଶତ ବୃଦ୍ଧି ପାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ