Saturday, October 3, 2026
24.7 C
Odisha

    ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ଶ୍ରମ ମନ୍ତ୍ରୀଙ୍କ ଉତ୍ତର: କହିଲେ, ୨ ବର୍ଷ ମଧ୍ୟରେ ବିଦେଶରୁ ୧୦୫ ଜଣ ଶ୍ରମିକ ନିର୍ଯାତିତ ହୋଇ ଓଡିଶା ଫେରିଛନ୍ତି

    ଆଗକୁ ପଢନ୍ତୁ

    ବିଧାନସଭାରେ ପ୍ରଶ୍ନ କଲେ ବିଜେଡି ବିଧାୟକ ପ୍ରଶାନ୍ତ ବେହେରା । ପ୍ରଶ୍ନ କରି ସେ କହିଛନ୍ତି, ବିଦେଶରେ ନିର୍ଯାତିତ ହେଉଥିବା କେଉଁ ଜିଲ୍ଲାର କେଉଁ ଶ୍ରମିକମାନଙ୍କୁ ସୁରକ୍ଷିତ ଉଦ୍ଧାର କରି ତାଙ୍କ ଗ୍ରାମକୁ ଫେରାଇ ଆଣିବାକୁ ସମ୍ପୃକ୍ତ ପରିବାର, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଏବେ ଯାଏଁ କେତେଜଣଙ୍କୁ ଫେରାଇ ଆଣିବାକୁ ସରକାର ପଦକ୍ଷେପ ନେଇଛନ୍ତି?ଏହି ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ଗଣେଶ ରାମ୍ ଖଣ୍ଟିଆ କହିଛନ୍ତି, ଉପଲବ୍ଧ ତଥ୍ୟ ଅନୁଯାୟୀ ୨୦୨୩ ଓ ୨୦୨୪ରେ ଅଦ୍ୟାବଧି ୧୦୫ ଜଣ ଶ୍ରମିକଙ୍କୁ ବିଦେଶରୁ ସ୍ୱଗ୍ରାମକୁ ଫେରାଇ ଆଣିବାର ବ୍ୟବସ୍ଥା କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.7 ° C
    24.7 °
    24.7 °
    83 %
    1.4kmh
    16 %
    Sat
    24 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ