Friday, September 20, 2024
30.1 C
Odisha

    ମହାକାଳ ନଗରୀ ଉଜ୍ଜୟନୀରେ ୧୧ଲକ୍ଷ ୨୫ହଜାର ଶିବ ଲିଙ୍ଗ ନିର୍ମାଣ କରି ରୁଦ୍ରାଭିଷେକ କରୁଛନ୍ତି ଓଡ଼ିଶାର ମଠ ମହନ୍ତ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର: ଏବେ ଚାଲିଛି ଶ୍ରାବଣ ମାସ । ଦେବ ଦେବ ମହାଦେବଙ୍କ ପ୍ରିୟ ଶ୍ରାବଣ ମାସ ହୋଇଥାଏ । ମାନ୍ୟତା ରହିଛି ଯେ, ଶ୍ରାବଣ ସୋମବାର ଦିନ ଭଗବାନ ଶିବଙ୍କ ଆରାଧନା ସହିତ ରୁଦ୍ରାଭିଷେକ କରିବା ଦ୍ବାରା ବିଶେଷ କୃପା ପ୍ରାପ୍ତ ହୁଏ । ଏଥିପାଇଁ ମଧ୍ୟପ୍ରଦେଶର ଶ୍ରୀ ମହାକାଳ ନଗରୀ ଉଜ୍ଜୟନୀରେ ମଧ୍ୟ ଭକ୍ତଙ୍କ ଗହଳି ଚହଳି ଲାଗି ରହିଛି । ଶ୍ରାବଣ ମାସ ପାଇଁ ସିପ୍ରା ନଦୀ ତଟ ହଜାରୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଦୀର୍ଘ ୭ ଦିନ ଧରି ୧୧ଲକ୍ଷ ୨୫ହଜାର ପ୍ରାର୍ଥୀବ ଶିବଲିଙ୍ଗ ନିର୍ମାଣ କରାଯାଇ ଅଭିଷେକ କରାଯାଉଛି ।

    ଏହି ପବିତ୍ର କାଯ୍ୟକ୍ରମରେ ଭାରତ ବର୍ଷର ବିଭିନ୍ନ ପ୍ରାନ୍ତରୁ ଯଥା ପୁରୀ,ହାରିଦ୍ୱାର, ବୃନ୍ଦାବନ, କାଶୀ, ରାମେଶ୍ୱର, ଦ୍ଵାରକା ଏବଂ ମଥୁରାରୁ ସାଧୁସନ୍ଥ ମହନ୍ତ ମାନେ ବହୁ ସାଖ୍ୟାରେ ଯୋଗ ଦେଇଛନ୍ତି । ଓଡିଶାରୁ ପାପୁଡିଆ ମଠର ମହନ୍ତ ମହାରାଜ, ମହାମଣ୍ଡଳେଶ୍ୱର ଶ୍ରୀ ଶ୍ରୀ ରାମକୃଷ୍ଣ ଦାଶ ଜୀ, ନେଉଳ ଦାସ ମଠର ମହନ୍ତ ମହାରାଜ ଡ଼. ରାମଚନ୍ଦ୍ର ଦାଶ ଜୀ, କଣାସ ମଠର ମହନ୍ତ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଦାଶ ଜୀ ମହାରାଜ ଓ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ହରିପ୍ରିୟା ଆଶ୍ରମର ମୁଖ୍ୟ ଯୋଗୀ ଦେବଦତ୍ତ ମହାରାଜ ଯୋଗ ଦେଇ ଅଭିଷେକ କାଯ୍ୟକ୍ରମରେ ପ୍ରତ୍ୟକ୍ଷ ଭାବରେ ସାମିଲ ହୋଇଛନ୍ତି । ବିଶ୍ୱର କଲ୍ୟାଣାର୍ଥେ ଓ ଓଡ଼ିଶା ବାସିଙ୍କ ମଙ୍ଗଳକାମନା କରି ସାଧୁସନ୍ଥ ୭ ଦିନ ଧରି ଏହି ରୁଦ୍ରାଭିଷେକ କରୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.1 ° C
    30.1 °
    30.1 °
    72 %
    1.2kmh
    37 %
    Fri
    31 °
    Sat
    31 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ