Sunday, October 4, 2026
28.6 C
Odisha

    ପିଏମ ଜନମନ ଯୋଜନାରେ ୨ ଜନଜାତିଙ୍କ ୧୨୫ ଗ୍ରାମ ହେବ ଆଦର୍ଶ

    ଆଗକୁ ପଢନ୍ତୁ

    ମାଲକାନଗିରି: ଜିଲ୍ଲାର ଆଦିମ ଜନଜାତି ଭାବେ ବଣ୍ଡା ଏବଂ ଡିଡାୟୀ ଅନ୍ୟତମ। କାହିଁ କେଉଁ କାଳରୁ ଏହି ଦୁଇ ଜନଜାତି ନିଜର ପାରଂପାରିକ ଖାଦ୍ୟ, ବସ୍ତ୍ର, ଚାଲିଚଳଣ, ସଂସ୍କୃତିକୁ ନେଇ ଜୀବନଯାପନ କରୁଛନ୍ତି। ସରକାର ଏହି ଦୁଇ ଜନଜାତିଙ୍କ ଉନ୍ନତି ନିମନ୍ତେ ବଣ୍ଡା ଉନ୍ନୟନ ସଂସ୍ଥା ଏବଂ ଡିଡାୟୀ ଉନ୍ନୟନ ସଂସ୍ଥା ମଧ୍ୟ ପ୍ରତିଷ୍ଠା କରିଛନ୍ତି। କିନ୍ତୁ ଏହି ଦୁଇ ସଂସ୍ଥା ବର୍ଷ ବର୍ଷ ହେଲା ଏହି ଜନଜାତିମାନଙ୍କ ଉନ୍ନତି ପାଇଁ କାମ କରୁଥିଲେ ମଧ୍ୟ ଆଜି ବି ଏହି ଦୁଇ ଜନଜାତିଙ୍କର ଉନ୍ନତି ହୋଇପାରିନାହିଁ। କେବଳ ଦୁଇ ସଂସ୍ଥାର କର୍ମକର୍ତ୍ତାଙ୍କର ଉନ୍ନତି ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।ତେବେ ସରକାର ଏବେ ଏହି ଦୁଇ ଜନଜାତିଙ୍କ ପାଇଁ ପିଏମ ଜନମନ ଯୋଜନା ଆଣିଛନ୍ତି।
    ଜିଲ୍ଲାର ଦୁଇ ଜନଜିତାର ବସବାସ କରୁଥିବା ୧୨୫ଟି ଗ୍ରାମକୁ ଆଦର୍ଶ ଗ୍ରାମ କରାଯିବ ବୋଲି କୁହାଯାଇଛି। ଏହି ଜନଜାତିଙ୍କ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଏହି ଯୋଜନା ପ୍ରଣୟନ କେନ୍ଦ୍ର ସରକାରଙ୍କ ଦ୍ବାରା କରାଯାଇଛି। ପିଏମ ଜନମନ ଅର୍ଥାତ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଭିଜନ ଆରମ୍ଭ ହୋଇଛି। ମାଲକାନଗିରି ଜିଲ୍ଲାର ୧୨୫ଟି ଗ୍ରାମର ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ବ ଆଦିବାସୀ ଏଥିରେ ଉପକୃତ ହେବେ ବୋଲି କୁହାଯାଇଛି। ଏହି ଯୋଜନାରେ ଏହି ଦୁଇ ଜନଜାତିଙ୍କର ସବୁ କ୍ଷେତ୍ରରେ ଉନ୍ନତି ଆଣିବାକୁ ଚେଷ୍ଟା କରିବେ ସରକାର।
    ତେବେ ଏହି ଯୋଜନାକୁ ସଫଳ କରିବା ପାଇଁ ପ୍ରଥମେ ଜିଲ୍ଲାର ତିନୋଟି ଗ୍ରାମକୁ ପରୀକ୍ଷା ମୂଳକ ଭାବେ ନିଆଯାଇଛି। ସେଗୁଡ଼ିକ ହେଲା କୋରକୋଣ୍ଡା ବ୍ଲକର ନିଲାପାରି, ଖଇରପୁଟ ବ୍ଲକର ତୁଲାଗରମ ଓ ମୁଦୁଲିଗୁଡା। ଏହି ତିନି ଗ୍ରାମରେ ବାସ କରୁଥିବା ସମସ୍ତ ଲୋକଙ୍କ ପକ୍କା ଘର, ବିଦ୍ୟୁତ ସେବା, ମୋବାଇଲ ସେବା, ପାନୀୟ ଜଳ ଯୋଗାଣ, ସମସ୍ତଙ୍କୁ ଶିକ୍ଷା ଓ ସ୍ବାସ୍ଥ୍ୟ ସେବା ଯୋଗାଇବା ସହ ୧୦ଟି ବିଭାଗର ସମସ୍ତ ଯୋଜନା ଏମାନଙ୍କ ପାଖରେ ପହଞ୍ଚିବ। ଆସନ୍ତା ମାସକ ମଧ୍ୟରେ ଏହି ଯୋଜନାକୁ ଆରମ୍ଭ କରି ସଫଳ କରିବାକୁ ଜିଲ୍ଲାପାଳ ଆଶିଷ ଇଶ୍ବର ପାଟିଲ ପ୍ରକାଶ କରିଛନ୍ତି।
    ଏହି ଦୁଇ ଜନଜାତିଙ୍କ ମଧ୍ୟରେ ରହିଥିବା ଅନ୍ଧବିଶ୍ବାସକୁ ଦୁର କରିବା ପାଇଁ ଶିକ୍ଷାକୁ ଗୁରୁତ୍ବ ଦିଆଯିବ। ପୁଣି ଗୁଣିଗାରେଡ଼ିରୁ ଯେପରି ଏମାନେ ଦୁରରେ ରହିବେ ସେଥିପାଇଁ ଗାଁରେ ପହଞ୍ଚିବ ସ୍ବାସ୍ଥ୍ୟ ସେବା। ସମସ୍ତ ଲାଇନ ବିଭାଗର ଅଧିକାରୀ ଏଥିପାଇଁ ତାଲିମ ନେବେ। ଏହି ତିନୋଟି ଗ୍ରାମ ଆଦର୍ଶ ଗ୍ରାମ ଭାବେ ସଫଳ ହେବା ପରେ ଅନ୍ୟ ଗ୍ରାମଗୁଡିକକୁ ଆଦର୍ଶ ଗ୍ରାମରେ ପରିଣତ କରାଯିବ। ଏହି କାର୍ଯ୍ୟକ୍ରମ ଆସନ୍ତା ୩ ବର୍ଷ ଧରି ଚାଲିବ। ଏଥିପାଇଁ ଗତ ୨୩ ତାରିଖରୁ ସଚେତନତା ରଥ ଗାଁ ଗାଁରେ ବୁଲୁଛି। ଗାଁରେ ପହଞ୍ଚି ଲୋକଙ୍କୁ ଜଂଗଲ ଜମି ପଟ୍ଟା, ଆଧାର କାର୍ଡ ପ୍ରଦାନ ସହ ବ୍ୟାଙ୍କରେ ଆକାଉଣ୍ଟ ଖୋଲାଯିବ। ଆସନ୍ତା କିଛି ବର୍ଷ ମଧ୍ୟରେ ଜିଲ୍ଲାର ଏହି ଦୁଇ ଜନଜାତି ମୁଖ୍ୟସ୍ରୋତରେ ସାମିଲ ହୋଇ ଆଧୁନିକ ସଭ୍ୟତା ସହ ତାଳ ମିଳାଇବେ ବୋଲି କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ