Monday, October 5, 2026
24.7 C
Odisha

    ଅନ୍ତଃରାଜ୍ୟ ଗଂଜେଇ ଚାଲାଣର ପର୍ଦାଫାସ: ନଡ଼ିଆ ବୋଝେଇ ଟ୍ରକ୍‌ରୁ ୧୩୬୫ କିଲୋ ଗଂଜେଇ ଜବତ, ୨ ଗିରଫ

    ଆଗକୁ ପଢନ୍ତୁ

    ରାୟଗଡ଼ା: ପଦ୍ମପୁର ପୁଲିସକୁ ମିଳିଛି ବଡ଼ ସଫଳତା। ନଡିଆ ବୋଝେଇ ଟ୍ରକରୁ ୧୩୬୫ କିଲୋ ଗଂଜେଇ ଜବତ କରିବା ସହ ଦୁଇ ଜଣ ଆସାମୀକୁ ଗିରଫ କରିଛି।ପଦ୍ମପୁର ପୁଲିସ ଆଜି ପେଟ୍ରୋଲିଂ କରୁଥିବା ସମୟରେ ଦିନ ଦ୍ବିପହର ୨ଟାରେ ବିଶେଷ ସୂତ୍ରରୁ ଖବର ପାଇଥିଲା ଯେ ଏକ ଟ୍ରକ ଯୋଗେ ଗଂଜେଇ ଅନ୍ୟ ରାଜ୍ୟକୁ ଚାଲାଣ ହେଉଛି। ଗଜପତି ଜିଲ୍ଲାର ଅଡ଼ବା ଗ୍ରାମର ଦୁର୍ଗମ ଅଂଚଳରୁ ଗଂଜେଇ ବିଆର-୧-ଜିଏଚ-୬୬୫୫ ଟ୍ରକରେ ଗଂଜେଇ ଲଦି ବିହାରକୁ ଚାଲାଣ କରାଯାଉଥିଲା। ପୁଲିସ ତୁରନ୍ତ ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଟ୍ରକରୁ ୧୦୦୦ଟି ନଡ଼ିଆ ସହ ୩୯ ଟି ଜରି ବସ୍ତାରେ ଗଂଜେଇ ଲଦାଯାଇଥିବା ଦେଖିବାକୁ ମିଳିଥିଲା। ଗଂଜେଇକୁ ଓଜନ କରିବାପରେ ସେଥିରେ ୧୩୬୫ କିଲୋ ଗଂଜେଇ ରହିଥିବା ପୁଲିସ ଜାଣିପାରିଥିଲା। ତୁରନ୍ତ ଗଂଜେଇ ଚାଲାଣ କରୁଥିବା ଦୁଇ ଜଣ ଆସାମୀ ହେଲେ ବିହାରର ଶ୍ରବଣ ପାଲ(୩୦) ଏବଂ ରାଜେନ୍ଦ୍ର ରାଉତ(୬୫)।ଏମାନଙ୍କ ଠାରୁ ପୁଲିସ ୫ ହଜାର ଟଂକା ନଗଦ, ଦୁଇଟି ମୋବାଇଲ ଫୋନ୍‌, ଟ୍ରକ ସହ ଅନ୍ୟ ସାମଗ୍ରୀ ଜବତ କରାଯାଇଛି।ବିହାରର ପାଟନା ଅଂଚଳର ରାଜ କୁମାର ନାମକ ବ୍ୟକ୍ତି ଟଂକା ଦେଇ ଏହି ଦୁଇ ଜଣଙ୍କୁ ଗଂଜେଇ ଆଣିବା ପାଇଁ ପଠେଇଥିବା ପୁଲିସ ସୂତ୍ରରୁ ପ୍ରକାଶ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    70 %
    0.8kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ