Sunday, October 4, 2026
22.7 C
Odisha

    କେନାଲରେ ବୁଡ଼ି ୧୫ ମାସର ଶିଶୁକନ୍ୟାର ମୃତ୍ୟୁ

    ଆଗକୁ ପଢନ୍ତୁ

    ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ବିରିଗଡ ଗ୍ରାମରେ କେନାଲରେ ବୁଡ଼ି ଜଣେ ୧୫ ମାସର ଶିଶୁକନ୍ୟାର ମୃତ୍ୟୁ ହୋଇଛି। ମୃତଦେହ ସ୍ଥାନୀୟ ଲୋକେ ଶୁକ୍ରବାର ଉଦ୍ଧାର କରିଛନ୍ତି।
    ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ସନ୍ଧ୍ୟାରେ ବିରିଗଡ ଗ୍ରାମର ତରଣୀ ବେହେରାଙ୍କ ୧୫ ମାସର ଶିଶୁକନ୍ୟା ହଠାତ ନିଖୋଜ ହୋଇ ଯାଇଥିଲାl ଘରପାଖ ଦେଇ ଯାଇଥିବା କେନାଲରେ ପଡି ଯାଇଥିବା ଆଶଂକା କରି ରାତିରେ ଦମକଳ ବାହିନୀ ଜରିଆରେ ଖୋଜାଖୋଜି କରା ଯାଇଥିଲେ ମଧ୍ୟ କୌଣସି ସନ୍ଧାନ ମିଳିପାରିନଥିଲାl ଆଜି ପୁଣି ଗ୍ରାମବାସୀ ଓ ସମ୍ପର୍କୀୟ କେନାଲର ତଳ ମୁଣ୍ଡରେ ଖୋଜାଖୋଜି କରିଥିଲେ। ଘର ଠାରୁ ପ୍ରାୟ ୧ କିଲୋମିଟର ଦୂରରେ କେନାଲ ମଧ୍ୟରୁ ଶିଶୁର ମୃତଦେହ ଉଦ୍ଧାର କରା ଯାଇଥିଲାl ଶିଶୁଟି ଘର ଭିତରୁ ବାହାରି ଆସି କେନାଲ ମଧ୍ୟକୁ ଖସି ପଡିଥିବା ସନ୍ଦେହ କରାଯାଉଛିl

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    74 %
    1.5kmh
    1 %
    Sat
    22 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ