Thursday, October 1, 2026
28.6 C
Odisha

    ସାପ କାମୁଡ଼ାରେ ନାବାଳିକା ଝିଅର ମୃତ୍ୟୁ

    ଆଗକୁ ପଢନ୍ତୁ

    ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଚେର ଚେଟିଆଗୁଡ଼ାର ଜଣେ ୧୬ ବର୍ଷିଆ ନାବାଳିକା ଝିଅର ବିଷଧର ସର୍ପ କାମୁଡ଼ାରେ ଆଜି ଅପରାହ୍ନ ୪ଟାରେ ମୃତ୍ୟୁ ହୋଇଛି। ମୃତ ନାବାଳିକା ଝିଅ ଚେର ଚେଟିଆଗୁଡା ସାଧୁରାମ ଭତରାଙ୍କ ଝିଅ ସୂର୍ଯ୍ୟକାନ୍ତି ଭତରା (୧୬) ବୋଲି ଜଣାପଡ଼ିଛି। ମୃତ ଝିଅର ଭାଇ ସନଧର ମାଝୀ ଆଜି ସନ୍ଧ୍ୟାରେ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

    ସୂଚନା ଅନୁଯାଇ ୧୨ ତାରିଖ ରାତି ଚେରଚେଟିଆଗୁଡା ଗ୍ରାମର ସାଧୁରାମ ଭତରାଙ୍କ ପରିବାର ଲୋକେ ଭୋଜନ ପରେ ଶୋଇ ପଡ଼ିଥିଲେ। ସୂର୍ଯ୍ୟକାନ୍ତି ନିଜ ଭଉଣୀ ସହ ଶୋଇଥିଲେ। ବିଳମ୍ବିତ ରାତିରେ ଏକ ବିଷଧର ସର୍ପ ସୂର୍ଯ୍ୟକାନ୍ତୀଙ୍କ ଡାହାଣ ହାତରେ କାମୁଡ଼ି ଥିଲା। ସୂର୍ଯ୍ୟକାନ୍ତୀ ସାପ କାମୁଡିବା ପରେ ଚିତ୍କାର କରିଥିଲେ। ପରିବାର ଲୋକେ ଉଠି ଦେଖିବା ପରେ ବିଷଧର ସର୍ପ ସୂର୍ଯ୍ୟକାନ୍ତୀଙ୍କୁ କାମୁଡି ଥିବା ଜାଣି ପାରି ତୁରନ୍ତ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।
    ତେବେ ଅବସ୍ଥା ଗୁରୁତର ହେବାରୁ ସୂର୍ଯ୍ୟକାନ୍ତିୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ସରକାରୀ ଚିକିତ୍ସାଳୟରେ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସୂର୍ଯ୍ୟକାନ୍ତୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି। ସାପ କାମୁଡ଼ାରେ ଝିଅର ମୃତ୍ୟୁ ପରେ ପରିବାର ଓ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    28.6 ° C
    28.6 °
    28.6 °
    65 %
    1.4kmh
    12 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ