Thursday, October 1, 2026
28.6 C
Odisha

    ସରକାରୀ ଅର୍ଥ ଆତ୍ମସାତ: ରାଜନେତା ଏବଂ ଠିକା କର୍ମଚାରୀ ଗିରଫ, ଭିଜିଲାନ୍ସ ଜାଲରେ ତତକାଳୀନ ବିଡିଓ

    ଆଗକୁ ପଢନ୍ତୁ

    ବାରିପଦା: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଜଣେ ରାଜନେତା ଏବଂ ଜଣେ ଠିକା କର୍ମଚାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗିରଫ ଦୁଇ ଅଭିଯୁକ୍ତ ହେଲେ ରାଜନେତା ଦିବ୍ୟଲୋଚନ ଦାଶ ଏବଂ ତାଙ୍କ ଠିକା କମଚାରୀ ହେଲେ ମନୋଜ ଦେଓ। ଏଣେ ଏହି ଘଟଣାରେ ନୀଳଗିରି ଡେପୁଟି କଲେକ୍ଟର ତଥା ମୟୂରଭଞ୍ଜ ଜିଲ୍ଲା ଶୁଲିଆପଦା ବ୍ଲକ୍ ର ପୂର୍ବତନ ବିଡ଼ିଓ ପରୀକ୍ଷିତ ଜେନା ଭିଜିଲାନ୍ସ ଜାଲରେ। ତାଙ୍କର ସରକାରୀ ବାସଭବନ, ପୈତୃକ ଘର, ଶଶୁର ଓ ଆତ୍ମୀୟଙ୍କ ଘରକୁ ମିଶାଇ ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ ଚାଲିଛି। ୨ଜଣ ଅତିରିକ୍ତ ଏସପି, ୪ଜଣ ଡିଏସପି, ୬ଜଣ ଇନ୍ସପେକ୍ଟର, ୭ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଓଡ଼ିଶା ଭିଜିଲାନ୍ସର ୬ଟି ଟିମ୍ ଯାଞ୍ଚ କରୁଛନ୍ତି। ବାରିପଦାରେ ଏହି ଘଟଣାରେ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ଭିଜିଲାନ୍ସ ବିଭାଗ।

    ସରକାରୀ ସିକୃତି ନ ଥାଇ ଓମ୍ବାଡସି ପାଣ୍ଠିର ୧ କୋଟି ୧୯ଲକ୍ଷ ୩ ହଜାର୨୧୫ ଟଙ୍କାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ନକରି ହେରଫେର କରିଥିବାର ଅଭିଯୋଗ ହୋଇଥିଲା। କେବଳ ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷରେ ଏହି ଅର୍ଥ ଆତ୍ମସାତ୍ କରାଯାଇଥିଲା। ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକରେ କୋଭିଡ ସମୟରେ ଓମ୍ବାଡସି ଟଙ୍କାରୁ ଏକ କୋଟି ୧୯ ଲକ୍ଷ ଟଙ୍କା ବିଭିନ୍ନ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଟ୍ରାନଫର ହୋଇଥିଲା। ସରକାରୀ ଅର୍ଥ ବେଆଇନ ଭାବେ ଦିଆ ଯାଇଥିବା ନେଇ ଗତ ମାସ ଭିଜିଲାନ୍ସ ଏକ ମାମଲା ରୁଜୁ କରିଥିଲା ଯେଉଁଥିରେ କି ଶୁଳିଆପଦା ବ୍ଲକର ତତ୍ କାଳୀନ ବିଡ଼ିଓ ତଥା ବର୍ତ୍ତମାନ ବାଲେଶ୍ଵର ଜିଲ୍ଲାର ଡେପୁଟି କଲେକ୍ଟର ପରିକ୍ଷିତ ଜେନା ଏବଂ ତାଙ୍କ ସହିତ ଜଣେ ଆକାଉଣ୍ଟାଣ୍ଟ ଏବଂ ବ୍ୟବସାୟୀ ଗିରଫ ହୋଇ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି। ସେହି ଘଟଣାରେ ମୋଟ ଆଠ ଜଣଙ୍କ ନାମରେ ଭିଜିଲାନ୍ସ ମାମଲା ରୁଜୁ କରିଥିବା ବେଳେ କିଛି ଫେରାର ରହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    28.6 ° C
    28.6 °
    28.6 °
    65 %
    1.4kmh
    12 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ