Tuesday, April 7, 2026
35.3 C
Odisha

    ଶିଶୁକନ୍ୟାକୁ ମୁଣ୍ଡଜାମିନ ରଖି ଗଣଦୁଷ୍କର୍ମ ଘଟଣା: ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜଧାନୀର ଏକ ଆପାର୍ଟମେଣ୍ଟରେ ଶିଶୁକନ୍ୟାକୁ ଭୁଜାଲିରେ ହାଣିଦେବାର ଭୟ ଦେଖାଇ ଦୁର୍ବୃତ୍ତମାନେ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କଠାରୁ ଗହଣା ଲୁଟି ଫେରାର୍ ହୋଇଯାଇଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଗତକାଲି ରାତିରେ ଉଭୟଙ୍କୁ ବାନ୍ଧିଛି ପୁଲିସ।

    ରବିବାର ରାତି ପ୍ରାୟ ୨ଟା ବେଳେ ମୈତ୍ରୀବିହାର ଅଞ୍ଚଳସ୍ଥ ଏକ ଆପାର୍ଟମେଣ୍ଟରେ ଘଟିଛି ଏହି ଭୟଙ୍କର ଘଟଣା। ଶିଶୁକନ୍ୟାକୁ ଭୁଜାଲିରେ ହାଣିଦେବାର ଭୟ ଦେଖାଇ ଦୁର୍ବୃତ୍ତମାନେ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କଠାରୁ ଗହଣା ଲୁଟି ଫେରାର୍ ହୋଇଯାଇଛନ୍ତି। ଘଟଣାକୁ ୩ ଦିନ ବିତିବା ପରେ ବି କମିସନରେଟ୍‌ ପୁଲିସ ଦୁର୍ବୃତ୍ତମାନଙ୍କ ଟେର୍ ପାଇନାହିଁ। କମିସନରେଟ୍‌ ପୁଲିସରେ ନୂଆ ସିପି ଓ ଡିସିପି ଯୋଗ ଦେଉଦେଉ ଘଟିଥିବା ଏଭଳି ଏକ ଭୟଙ୍କର ଘଟଣା ପୁଲିସ ପାଇଁ ବଡ଼ ଆହ୍ବାନ ହୋଇଛି। ଅପରାଧୀଙ୍କୁ ସାବାଡ଼ କରିବା ଲକ୍ଷ୍ୟରେ ପୁଲିସ ରାସ୍ତା ଉପ‌ରେ ବ୍ଲକିଂ ଚେକିଂ କରୁଥିବା ବେଳେ ଦୁର୍ବୃତ୍ତମାନେ ଆପାର୍ଟମେଣ୍ଟରେ ପଶି ଏଭଳି ଘଟଣା ଘଟାଇପାରୁଥିବାରୁ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୂର୍ବରୁ ଉପକଣ୍ଠ ଆପାର୍ଟମେଣ୍ଟଗୁଡ଼ିକ ଅସୁରକ୍ଷିତ ବୋଲି ବିବେଚିତ ହେଉଥିଲା। ଏବେ କିନ୍ତୁ ଖୋଦ ରାଜଧାନୀ ଭିତରେ ଆପାର୍ଟମେଣ୍ଟଗୁଡ଼ିକ କେତେ ସୁରକ୍ଷିତ, ତାହା ଜଳଜଳ ହୋଇ ‌ଦିଶିଯାଉଛି। ପୀଡ଼ିତା ଏକ ଘରୋଇ ସଂସ୍ଥାରେ କାମ କରନ୍ତି। ତାଙ୍କ ସ୍ବାମୀ ବାହାରେ ରହନ୍ତି। ରବିବାର ରାତି ପ୍ରାୟ ୨ଟା ବେଳେ ପୀଡ଼ିତାଙ୍କ ଫ୍ଲାଟ୍‌ ଭିତରକୁ ପଶିଯାଇଥିଲେ ୨ ଲୁଟେରା।

    ଅସାବଧାନତାବଶତଃ ପୀଡ଼ିତା ବାଲ୍‌କୋନି କବାଟ ବନ୍ଦ କରିବାକୁ ଭୁଲିଯାଇଥିଲେ। ଏହାର ସୁଯୋଗ ନେଇ ଲୁଟେରାଦ୍ବୟ ବାଲ୍‌କୋନି ଦେଇ ଆପାର୍ଟମେଣ୍ଟର ପ୍ରଥମ ମହଲାରେ ଥିବା ମହିଳାଙ୍କ ଫ୍ଲାଟ୍‌ରେ ପଶିଥିଲେ। ଠିକ୍ ସେତିକିବେଳେ ପୀଡ଼ିତା ବାଥ୍‌ରୁମ୍‌କୁ ଯାଇଥିଲେ ଏବଂ ତାଙ୍କ ୨ବର୍ଷ ବୟସର ଶିଶୁକନ୍ୟା ଖଟରେ ଶୋଇଥିଲା। ମହିଳାଜଣକ ବାଥ୍‌ରୁମ୍‌ରେ ଥିବା ଜାଣିପାରି ଦୁର୍ବୃତ୍ତଦ୍ବୟ ଛକି ରହିଥିଲେ। ବାଥ୍‌ରୁମ୍‌ରୁ ସେ ବାହାରୁ ବାହାରୁ ଦୁର୍ବୃତ୍ତଦ୍ବୟ ତାଙ୍କ ବେକରେ ଭୁଜାଲି ଲଗାଇ ଚୁପ୍‌ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଏତିକିବେଳେ ଶିଶୁକନ୍ୟାଟି ନିଦରୁ ଉଠି କାନ୍ଦିବାକୁ ଲାଗିଥିଲା। ଜଣେ ଦୁର୍ବୃତ୍ତ ଶିଶୁକନ୍ୟାକୁ ଉଠାଇ ତା’ ବେକରେ ଭୁଜାଲି ଲଗାଇଦେଲା। ତଥାପି ଶିଶୁକନ୍ୟାଟିର କାନ୍ଦ ବନ୍ଦ ନ ହେବାରୁ ଦୁର୍ବୃତ୍ତଜଣକ ଖଟରେ ଥିବା ମହିଳାଙ୍କ ମୋବାଇଲ୍‌ ଖୋଲି ଶିଶୁକନ୍ୟାର ହାତରେ ଧରାଇଦେଲା। ଏହାପରେ ସେମାନେ ମହିଳାଙ୍କୁ ଧମକ ଦେଲେ। ପାଟି କରିବାକୁ ଉଦ୍ୟମ କଲେ, ଶିଶୁକନ୍ୟାକୁ ହାଣିଦେବେ ବୋଲି କହିଲେ। ତଥାପି ଭୟରେ ମହିଳା ସେମାନଙ୍କୁ ‘ଯାହା ଅଛି ସବୁ ନେଇଯାଅ ଏବଂ ଆମ ମା’ ଝିଅଙ୍କୁ ଛାଡ଼ିଦିଅ’ ବୋଲି କାକୁତିମିନତି ହେଲେ। କିନ୍ତୁ ଲୁଟେରାଦ୍ବୟ ତାଙ୍କ କଥାକୁ କର୍ଣ୍ଣପାତ ନକରି ତାଙ୍କୁ ଦୁଷ୍କର୍ମ କଲେ। ଏହାପରେ ସେମାନେ ମହିଳାଙ୍କ କାନଫୁଲ ଖୋଲି ନେଇଗଲେ। କିନ୍ତୁ ଘର ଭିତରୁ ଆଉ କିଛି ଗହଣା ବା ଟଙ୍କାପଇସା ପାଇନଥିଲେ। ଶେଷରେ ସେମାନେ ମହିଳାଙ୍କ ମୋବାଇଲ୍‌ ନେଇ ଘର ବାହାରୁ କବାଟ ବନ୍ଦ କରି ପଳାଇଥିଲେ। ଯେଉଁ ବାଲ୍‌କୋନି ଦେଇ ପଶିଥିଲେ, ସେହିବାଟ ଦେଇ ଫେରାର୍ ହୋଇଯାଇଥିଲେ। ଭୟରେ ଜଡ଼ସଡ଼ ମହିଳାଜଣକ ଘରେ ରାତିସାରା ବନ୍ଦୀ ହୋଇ ରହିବା ପରେ ସକାଳେ ପଡ଼ୋଶୀଙ୍କ ସହାୟତାରେ ମୁକୁଳିଥିଲେ। ତୁରନ୍ତ ସେ ମୈତ୍ରୀବିହାର ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ।

    ଉକ୍ତ ଆପାର୍ଟମେଣ୍ଟରେ ସିକ୍ୟୁରିଟି ଗାର୍ଡ ଥିବା ସତ୍ତ୍ବେ ଏହି ଅଘଟଣ ଘଟିଛି। ପାରିପାର୍ଶ୍ବିକ ପରିସ୍ଥିତିରୁ ଜଣାପଡ଼ୁଛି, ଲୁଟେରାମାନେ ମହିଳାଙ୍କ ଘରକୁ ହିଁ ଟାର୍ଗେଟ୍‌ କରିଥିଲେ। କାରଣ ମହିଳାଙ୍କ ବାଲ୍‌କୋନି କବାଟ ଭିତରୁ ବନ୍ଦ ହୋଇନଥିଲେ ହେଁ ବାହାରୁ ଖୋଲା ବୋଲି ଜଣାପଡ଼ୁନଥିଲା। ପୁଲିସ ବିଭିନ୍ନ ଦିଗକୁ ନେଇ ଖୋଳତାଡ଼ କରିଥିଲା ଏବଂ ଘଟଣା ରାତିର ସୁରକ୍ଷାକର୍ମୀମାନଙ୍କୁ ପଚରାଉଚରା ଚଳାଇବା ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.3 ° C
    35.3 °
    35.3 °
    26 %
    3.2kmh
    50 %
    Tue
    34 °
    Wed
    39 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ