Wednesday, August 19, 2026
28 C
Odisha

    ଗାଧୋଇବା ବେଳେ ବୁଡ଼ିଯାଇ ୨ମୃତ

    ଆଗକୁ ପଢନ୍ତୁ

    ବ୍ରାହ୍ମଣୀ ନଦୀରେ ବଡ ଅଘଟଣ । ନଦୀ ସୁଅରେ ଭାସିଯାଇ ୨ ଜଣ ଏନଆଇଟି ଛାତ୍ରଙ୍କ ମୃତ୍ୟୁ ହୋଇଛି । ଆଜି ବେଦବ୍ୟାସ ନିକଟ ବ୍ରାହ୍ମଣୀ ନଦୀର ଘାଟରେ ଗାଧୋଇବାକୁ ଯାଇଥିଲେ ୬ ଜଣ ଏନଆଇଟି ଛାତ୍ର । ଗାଧୋଇବା ବେଳେ ନଦୀର ପ୍ରଖର ସ୍ରୋତରେ ୬ ଜଣ ଭାସି ଯାଇଥିଲେ । ଖବର ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଂଚି ୪ ଜଣ ଛାତ୍ରଙ୍କୁ ନଦୀରୁ ଉଦ୍ଧାର କରି ମେଡିକାଲରେ ଭର୍ତି କରିଛି । ଅନ୍ୟପଟେ ପାଣିରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଦୁଇ ଜଣ ହେଲେ ରାଉରକେଲା ଏନଆଇଟିରେ ପଢୁଥିବା ପୁରୀ ଜିଲ୍ଲା ପିପିଲି ଅଂଚଳର ସମୀର ନାୟକ ଓ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଂଚଳର ରଜତ ସାହୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28 ° C
    28 °
    28 °
    82 %
    3.8kmh
    60 %
    Wed
    28 °
    Thu
    27 °
    Fri
    27 °
    Sat
    26 °
    Sun
    27 °

    ସମ୍ବନ୍ଧିତ