Sunday, February 8, 2026
28.3 C
Odisha

    କାଠଯୋଡ଼ିକୁ ଡେଇଁ ଦୁଇ ନିଖୋଜ ଘଟଣା: ଉଭୟଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ

    ଆଗକୁ ପଢନ୍ତୁ

    କଟକ: କାଠଯୋଡ଼ି ପୋଲ ଉପରେ ମୋବାଇଲ୍‌ ଓ ଆଧାରକାର୍ଡ ରଖି ପାଣିକୁ ଡେଇଁ ନିଖୋଜ ହୋଇଥିବା ଦୁଇଜଣଙ୍କୁ ଉଦ୍ଧାର କରାଯାଇଛି। ଉଭୟଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିବା ଜଣାଯାଇଛି। ଏହାପରେ ଉଭୟଙ୍କୁ ପୁରୀଘାଟ ଥାନାରେ ହାଜର କରାଯାଇଥିଲା ଏବଂ ଏବେ ମେଡିକାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ସେଦୁହେଁ ସଂପର୍କରେ ଶଳାଭାଉଜ ଓ ନଣନ୍ଦେଇ ବୋଲି କୁହାଯାଉଛି। ଗତକାଲି ସନ୍ଧ୍ୟାରେ କଟକ ଜିଲ୍ଲା ବାରଙ୍ଗ ଥାନା ଅଧୀନ ତ୍ରିଶୁଳିଆ ନିକଟ କାଠଯୋଡ଼ିରେ ଏହି ଅଭାବନୀୟ ଘଟଣା ଘଟିଥିଲା। ଉଭୟ ଦୁଇଜଣ ପାଣିରେ ଭାସିଯାଇଥିବା କୁହାଯାଉଥିଲା। ନିଖୋଜ ପ୍ରଦ୍ୟୁମ୍ନ ଲେଙ୍କା ଓ ବର୍ଷା ଲେଙ୍କା ବୋଲି କୁହାଯାଉଥିଲା।

    ସୂଚନା ଅନୁସାରେ, କଟକ ଜିଲ୍ଲା ବାରଙ୍ଗ ଥାନା ଅଧୀନ ତ୍ରିଶୁଳିଆ ପୋଲ ଉପରକୁ ଆଜି ସନ୍ଧ୍ୟାରେ ଦୁଇଜଣ ପହଞ୍ଚିଥିଲେ। ସେମାନେ ପୋଲ ଉପରେ ମୋବାଇଲ ଓ ଆଧାରକାର୍ଡ ରଖିଥିଲେ। ଏହା ପରେ ହଠାତ୍‌ ପାଣିକୁ ଡେଇଁଥିଲେ। ଉଭୟ ପାଣିକୁ ଡେଇଁବାର ଦୃଶ୍ୟ ସ୍ଥାନୀୟ ଲୋକ ଦେଖିଥିଲେ ମଧ୍ୟ ସେମାନେ କିଛି ଭାବିବା ପୂର୍ବରୁ ଅଘଟଣ ଘଟି ସାରିଥିଲା। ସ୍ଥାନୀୟ ଲୋକଙ୍କର ସୂଚନା ଆଧାରରେ ଘଟଣାସ୍ଥଳକୁ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.3 ° C
    28.3 °
    28.3 °
    14 %
    3.4kmh
    0 %
    Sun
    29 °
    Mon
    31 °
    Tue
    32 °
    Wed
    33 °
    Thu
    34 °

    ସମ୍ବନ୍ଧିତ