Tuesday, June 23, 2026
30.5 C
Odisha

    ରାଉରକେଲା-ଚକ୍ରଧରପୁର ମଧ୍ୟରେ ଚାଲିବ ଦୁଇ ସ୍ବତନ୍ତ୍ର ପାସେଞ୍ଜର ଟ୍ରେନ୍‌

    ଆଗକୁ ପଢନ୍ତୁ

    ରାଉରକେଲା: ଯାତ୍ରୀଭିଡ଼କୁ ଦୃଷ୍ଟିରେ ରଖି ଚକ୍ରଧରପୁର-ରାଉରକେଲା ମଧ୍ୟରେ ଦୁଇଟି ଅଣସଂକ୍ଷିତ ସ୍ବତନ୍ତ୍ର ଟ୍ରେନ୍‌ ଚାଲିବ। ଏହି ଦୁଇଟି ଟ୍ରେନ୍‌ ଆସନ୍ତା ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଦକ୍ଷିଣପୂର୍ବ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ରାଉରକେଲା -ଚକ୍ରଧରପୁର (୦୮୦୨୧) ସକାଳ ୧୦ ଘଟିକାରେ ରାଉରକେଲା ଷ୍ଟେସନ ଛାଡ଼ିବ। ଅପରାହ୍‌ଣ ସାଢ଼େ ୧୨ଟାରେ ଚକ୍ରଧରପୁର ଷ୍ଟେସନରେ ରହିବ। ଚକ୍ରଧରପୁର-ରାଉରକେଲା (୦୮୦୨୨) ଟ୍ରେନ୍‌ ଅପରାହ୍ନ ୧ଟାରେ ଚକ୍ରଧରପୁର ଷ୍ଟେସନ ଛାଡ଼ିବ। ଅପରାହ୍‌ଣ ସାଢ଼େ ୩ଟାରେ ରାଉରକେଲା ଷ୍ଟେସନରେ ପହଞ୍ଚିବ। ଏହି ଟ୍ରେନ୍‌ ରାଉରକେଲା-ଚକ୍ରଧରପୁର ମଧ୍ୟରେ ଜରେଇକେଲା, ମନୋହରପୁର ଓ ପୋସୋଇତା ଷ୍ଟେସନରେ ରହିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    30.5 ° C
    30.5 °
    30.5 °
    56 %
    3.6kmh
    65 %
    Tue
    36 °
    Wed
    39 °
    Thu
    38 °
    Fri
    37 °
    Sat
    37 °

    ସମ୍ବନ୍ଧିତ