Saturday, March 21, 2026
27.2 C
Odisha

    ୨୦୨୪ ବିଶ୍ୱର ସବୁଠାରୁ ଉତ୍ତପ୍ତ ବର୍ଷ ହେବ: ୟୁରୋପୀୟ ସଂଘ ବୈଜ୍ଞାନିକ

    ଆଗକୁ ପଢନ୍ତୁ

    ବ୍ରସେଲ୍ସ,: ୟୁରୋପୀୟ ସଂଘର କୋପରନିକସ୍ ଜଳବାୟୁ ପରିବର୍ତ୍ତନ ସେବା (ସି୩ଏସ୍) ଗୁରୁବାର କହିଛି ଯେ ଚଳିତ ବର୍ଷ ବିଶ୍ୱର ସବୁଠାରୁ ଉତ୍ତପ୍ତ ବର୍ଷ ହେବା ପ୍ରାୟ ନିଶ୍ଚିତ। ଆସନ୍ତା ସପ୍ତାହରେ ଆଜରବାଇଜାନରେ ହେବାକୁ ଥିବା ଜାତିସଂଘର ସିଓପି-୨୯ ଜଳବାୟୁ ଶିଖର ସମ୍ମିଳନୀ ପୂର୍ବରୁ ଏହି ତଥ୍ୟ ପ୍ରକାଶ ପାଇଛି, ଯେଉଁଠାରେ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଦେଶଗୁଡ଼ିକ ପାଣ୍ଠିରେ ବିପୁଳ ବୃଦ୍ଧି ପାଇଁ ସହମତି ପ୍ରକାଶ କରିବାକୁ ଚେଷ୍ଟା କରିବେ। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ଏହି ପ୍ରକ୍ରିୟାରେ ବାଧା ସୃଷ୍ଟି କରିପାରେ।
    ସି୩ଏସ୍ କହିଛି ଯେ ଜାନୁଆରିରୁ ଅକ୍ଟୋବର ମଧ୍ୟରେ ବିଶ୍ୱର ହାରାହାରି ତାପମାତ୍ରା ଏତେ ଅଧିକ ଥିଲା ଯେ ୨୦୨୪ ବିଶ୍ୱର ସବୁଠାରୁ ଉତ୍ତପ୍ତ ବର୍ଷ ହେବା ପ୍ରାୟ ନିଶ୍ଚିତ। ସି୩ଏସ୍ ନିର୍ଦ୍ଦେଶକ କାର୍ଲୋ ବୁଣ୍ଟେମ୍ପୋ କହିଛନ୍ତି, ଚଳିତ ବର୍ଷର ରେକର୍ଡର ମୂଳ କାରଣ ହେଉଛି ଜଳବାୟୁ ପରିବର୍ତ୍ତନ। ୨୦୨୪ ପ୍ରଥମ ବର୍ଷ ହେବ ଯେଉଁଥିରେ ପୃଥିବୀ ୧୮୫୦-୧୯୦୦ ପ୍ରାକ୍-ଶିଳ୍ପ ସମୟ ତୁଳନାରେ ୧.୫ ସେଲସିୟସରୁ ଅଧିକ ଗରମ ହେବ। ୧୮୫୦-୧୯୦୦ ମଧ୍ୟରେ ମନୁଷ୍ୟ ଶିଳ୍ପ ସ୍ତରରେ ପ୍ରଥମେ ଜୀବାଶ୍ମ ଇନ୍ଧନ ଜାଳିବା ଆରମ୍ଭ କରିଥିଲା। କୋଇଲା, ତୈଳ ଓ ଗ୍ୟାସ୍ ଜାଳିବାରୁ କାର୍ବନ ଡାଇଅକ୍ସାଇଡ (ସିଓ୨) ନିର୍ଗମନ ବୃଦ୍ଧି ପାଇ ଗ୍ଲୋବାଲ ୱାର୍ମିଂର ମୁଖ୍ୟ କାରଣ ପାଲଟିଛି। ପବ୍ଲିକ୍ ରିସର୍ଚ୍ଚ ୟୁନିଭର୍ସିଟି ଇଟିଏଚ୍ ଜୁରିକ୍‌ର ଜଳବାୟୁ ବୈଜ୍ଞାନିକ ସୋନିଆ ସେନେଭିରତ୍ନେ କହିଛନ୍ତି ଯେ ସିଓ୨ ନିର୍ଗମନ କରୁଥିବା ଜୀବାଶ୍ମ ଇନ୍ଧନରୁ ନିଜ ଅର୍ଥନୀତିକୁ ମୁକ୍ତ କରିବା ପାଇଁ ଦୃଢ଼ ପଦକ୍ଷେପ ନେବାକୁ ସେ ସିଓପି୨୯ର ସରକାରମାନଙ୍କୁ ଅନୁରୋଧ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    27.2 ° C
    27.2 °
    27.2 °
    48 %
    0.4kmh
    11 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ