Friday, October 9, 2026
22 C
Odisha

    ମୁଁ ଏହି ନିର୍ବାଚନକୁ ସ୍ୱୀକାର କରୁଛି, କିନ୍ତୁ …’

    ଆଗକୁ ପଢନ୍ତୁ

    ୱାସିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ବିଜୟୀ ହୋଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ତଥା ଉପରାଷ୍ଟ୍ରପତି କମଳା ହାରିସ ତାଙ୍କ ପରାଜୟ ସ୍ୱୀକାର କରିଛନ୍ତି। କିନ୍ତୁ ଏଥିରେ ଅତ୍ୟନ୍ତ ତିକ୍ତ, ଅଶାନ୍ତି ସୃଷ୍ଟିକାରୀ ଓ ଧ୍ରୁବୀକୃତ ପ୍ରଚାରର ସାହାରା ନିଆଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ନିଜ ଭାଷଣରେ ଡେମୋକ୍ରାଟିକ୍ ନେତ୍ରୀ କହିଛନ୍ତି ଯେ ଯଦିଓ ସେ ନିର୍ବାଚନରେ ଟ୍ରମ୍ପଙ୍କ ବିଜୟକୁ ସ୍ୱୀକାର କରିଛନ୍ତି, ତଥାପି ଏହି ଅଭିଯାନକୁ ପ୍ରୋତ୍ସାହିତ କରିଥିବା ଲଢ଼େଇକୁ ନୁହେଁ। ସମସ୍ତଙ୍କ ପାଇଁ ସ୍ୱାଧୀନତା, ସୁଯୋଗ ଓ ସମ୍ମାନ ନିମନ୍ତେ ଲଢ଼େଇ ଜାରି ରଖିବାକୁ ସେ ସମର୍ଥକମାନଙ୍କୁ କହିଛନ୍ତି।
    ହାରିସ କହିଛନ୍ତି, ଯଥେଷ୍ଟ ଅନ୍ଧାର ହେଲେ ହିଁ ଆପଣ ନକ୍ଷତ୍ରମାନଙ୍କୁ ଦେଖିପାରିବେ। ମୁଁ ଜାଣେ ଅନେକ ଲୋକ ଅନୁଭବ କରୁଛନ୍ତି ଯେ ଆମେ ଅନ୍ଧାର ସମୟରେ ପ୍ରବେଶ କରୁଛୁ। ଆସନ୍ତୁ କୋଟି କୋଟି ନକ୍ଷତ୍ରର ଆଲୋକ, ସତ୍ୟ, ଆଶାବାଦ ଓ ସେବାର ଆଲୋକରେ ଆକାଶକୁ ଭରିବା। ସେ ସମର୍ଥକମାନଙ୍କୁ କହିଛନ୍ତି, ଏହି ନିର୍ବାଚନର ଫଳାଫଳ ଆମେ ଯାହା ଚାହୁଥିଲୁ ତାହା ନୁହେଁ, ଆମେ ଯାହା ପାଇଁ ଲଢ଼ିଥିଲୁ ତାହା ନୁହେଁ। ଆମେରିକାର ପ୍ରତିଶ୍ରୁତିର ଆଲୋକ ସର୍ବଦା ଉଜ୍ଜ୍ୱଳ ହେବ, ଯେ ପର୍ଯ୍ୟନ୍ତ ଆମେ ହାର ମାନିବୁନି ଓ ଲଢ଼େଇ ଜାରି ରଖିବୁ। ସୂଚନାଯୋଗ୍ୟ, ଗତ ଜୁଲାଇ ମାସରେ ବାଇଡେନ ରାଷ୍ଟ୍ରପତି ନିର୍ବାଚନରୁ ଓହରିବା ପରେ ହାରିସ ନିର୍ବାଚନ ଦୌଡ଼ରେ ପ୍ରବେଶ କରିଥିଲେ ଏବଂ ତାଙ୍କର ପରାଜୟ ଡେମୋକ୍ରାଟିକ ଦଳ ପାଇଁ ବହୁତ ବଡ଼ ଝଟ୍‌କା ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    90 %
    1.3kmh
    2 %
    Thu
    22 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ