Thursday, October 1, 2026
28.5 C
Odisha

    ପୁଣେରେ ୩ ଜଣଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହେ‌ଲେ ୨୧ ବର୍ଷୀୟା ଯୁବତୀ

    ଆଗକୁ ପଢନ୍ତୁ

    ପୁଣେ: ଗୁରୁବାର ବିଳମ୍ବିତ ରାତିରେ ପୁଣେରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ତିନି ଜଣ ପୁରୁଷ ମିଶି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ତାଙ୍କର ଜଣେ ବନ୍ଧୁଙ୍କ ସହ ପୁଣେର ବୋପଦେବ ଘାଟ ଅଞ୍ଚଳକୁ ଯାଇଥିବା ବେଳେ ଏହି ଘଟଣା ଘଟିଛି। ଏହି ଘଟଣାର ଖୋଳତାଢ଼ କରି ପୁଲିସ ଏବେ ସୁଦ୍ଧା ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଉକ୍ତ ସନ୍ଦିଗ୍ଧଙ୍କ ନାମ ରାଜେ ଖାନ୍‌ କରିମ ପଠାନ୍‌। ସେ କୋଣ୍ଡୱା ଅଞ୍ଚଳର। ତେବେ ପୁଲିସ୍‌ ତାଙ୍କୁ ପାଇବା ପରେ ଏବେ ଅନ୍ୟ ଦୁଇ ଜଣଙ୍କୁ ଖୋଜିବା ଆରମ୍ଭ କରିଛି।

    ସୂଚନା ରହିଛି ଯେ ଅବଶିଷ୍ଟ ସନ୍ଦିଗ୍ଧମାନଙ୍କୁ ଖୋଜିବା ଏବଂ ଗିରଫ କରିବା ପାଇଁ କ୍ରାଇମ ବ୍ରାଞ୍ଚ ଏବଂ ଡିଟେକସନ ଶାଖା (ଡିବି) ର ୧୦ଟି ଟିମ୍ ନିୟୋଜିତ ହୋଇଛନ୍ତି।

    ଜାଣିବାକୁ ମିଳିଛି ଯେ ପୀଡ଼ିତା ଯୁବତୀ ଓ ତାଙ୍କର ଜଣେ ପୁରୁଷ ବନ୍ଧୁ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଧରାପଡ଼ିଥିବା ଅଭିଯୁକ୍ତ ଜଣକ ନିଜକୁ ଜଣେ ମାନବ ଅଧିକାର କର୍ମୀ ବୋଲି ଦର୍ଶାଇ ସେମାନଙ୍କୁ କାରରେ ଲିଫ୍ଟ ଦେବାକୁ କହିଥିଲେ। ସେମାନେ ଗାଡ଼ିରେ ବସିବା ପରେ ଅଭିଯୁକ୍ତ ଏକ ଭିନ୍ନ ରାସ୍ତାରେ ଗାଡ଼ି ଚଳାଇ ଯୁବତୀଙ୍କ ସହ ଜୋର୍‌ ଜବରଦସ୍ତି କରିଥିଲେ। ଏକ ନିଛାଟିଆ ସ୍ଥାନରେ ନେଇ ତାଙ୍କର ଦୁଇ ବନ୍ଧୁଙ୍କ ସହ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ।

    ମହିଳାଙ୍କ ସହ ଥିବା ଯୁବକ ଜଣକଙ୍କୁ ମଧ୍ୟ ସେମାନେ ଖୁବ୍ ମାଡ଼ ମାରିଥିଲେ। ଯୁବକ ଜଣକ ଏବେ ଏନେଇ ପୁଲିସ୍‌ରେ ଅଭିଯୋଗ କରିବା ପରେ ଘଟଣା ଲୋକଲୋଚନକୁ ଆସିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    28.5 ° C
    28.5 °
    28.5 °
    71 %
    1.6kmh
    18 %
    Thu
    26 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ