Thursday, September 10, 2026
27.3 C
Odisha

    ଲାଞ୍ଚ ନେଇ ଧରାପଡିଲେ ପୋଲିସ SI

    ଆଗକୁ ପଢନ୍ତୁ

    ନୟାଗଡ଼ : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପୁଲିସ ବାବୁ। ମଦ ବେପାରୀଠୁ ଲାଞ୍ଚ ନେଇ ଧରାପଡ଼ିଲେ ଖଣ୍ଡପଡ଼ା ଥାନା SI ଏସ୍‌କେ ରେହମାନ। ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଖଣ୍ଡପଡ଼ା ଥାନା SI ଏସ୍‌କେ ରେହମାନଙ୍କ ଧରିଛି ନୟାଗଡ଼ ଏବଂ ଭୁବନେଶ୍ୱର ଭିଜିଲାନ୍ସ ଟିମ୍‌। ସୂଚନା ଅନୁସାରେ ଖଣ୍ଡପଡ଼ା ଥାନା ଖଳିସାହି ଗ୍ରାମର ଚୋରା ଦେଶୀ ମଦ ବ୍ୟବସାୟୀ ସୁଦର୍ଶନ ସାହୁଙ୍କ ପୂର୍ବ କେସର ସମାଧାନ ପାଇଁ ଖଣ୍ଡପଡା ଥାନା ଏସଆଇ ଏସକେ ରେହମାନ ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ସକାଳୁ SI ଏସ୍‌କେ ରେହମାନ ଖଳିସାହିରେ ରହୁଥିବା ଭଡାଘରେ ଚୋରା ଦେଶୀ ମଦ ବ୍ୟବସାୟୀ ସୁଦର୍ଶନ ସାହୁଙ୍କ ନିକଟରୁ ଲାଞ୍ଚ ଟଙ୍କା ନେବା ସୟମରେ ଭିଜିଲାନ୍ସ ଚଢାଉ କରିଥିଲା। SI ଏସ୍‌କେ ରେହମାନଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଅଧିକ ଛାନ୍‌ଭିନ୍‌ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.3 ° C
    27.3 °
    27.3 °
    85 %
    1.6kmh
    100 %
    Thu
    27 °
    Fri
    27 °
    Sat
    27 °
    Sun
    28 °
    Mon
    30 °

    ସମ୍ବନ୍ଧିତ