Thursday, September 10, 2026
26.1 C
Odisha

    ଓରାଙ୍ଗଉଟାନ ମିଳିବା ଘଟଣାରେ ଜୋରଦାର ତଦନ୍ତ, ରହସ୍ୟ ଖୋଲିବାକୁ STFର ୨ ଟି ଟିମ୍ ଗଠନ

    ଆଗକୁ ପଢନ୍ତୁ

    ବାଲେଶ୍ୱର: ବାଲେଶ୍ୱରରୁ ଓରାଙ୍ଗଉଟାନ ମିଳିବା ଘଟଣାରେ ଜୋରଦାର ତଦନ୍ତ । ଘଟଣାକୁ ଗୁରୁତ୍ୱର ସହ ନେଇ ମାମଲା ରୁଜୁ କରିଛି ବାଲେଶ୍ୱର ବନ ବିଭାଗ । ଭୋଗରାଇ ଜେଏମସି କୋର୍ଟରେ ମାମଲା ରୁଜୁ କରାଯାଇଛି ।

    ଏଥିସହ କ୍ରାଇମବ୍ରାଞ୍ଚ STF ମଧ୍ୟ ତଦନ୍ତକୁ ଓହ୍ଲାଇଛି । ଏଥିପାଇଁ STF ପକ୍ଷରୁ ୨ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଖୋଳତାଡ଼ ଆରମ୍ଭ ହୋଇଛି। ସ୍ଥାନୀୟ ଅଞ୍ଚଳରେ ପଚରାଉଚରା କରି ବୟାନ ରେକର୍ଡ କରାଯାଇଛି । ଏହା ଏକ ବନ୍ୟଜନ୍ତୁ ଚୋରାଚାଲାଣ ମାମଲା ହୋଇଥିବା ସନ୍ଦେହ କରାଯାଉଛି । ଏହା ପଛରେ ଏକ ଆନ୍ତଃରାଜ୍ୟ ସ୍ମଗଲିଂ ରାକେଟ୍ କାମ କରୁଥାଇପାରେ ବୋଲି ତଦନ୍ତକାରୀ ଅଧିକାରୀ ସନ୍ଦେହ କରୁଛନ୍ତି । ଓରାଙ୍ଗଉଟାନଗୁଡ଼ିକ କେଉଁଠୁ ଆସିଲେ, କିଏ ସେମାନଙ୍କୁ ବାଲେଶ୍ୱର ପର୍ଯ୍ୟନ୍ତ ଆଣିଲା ଏବଂ କେଉଁଠାକୁ ନେବାର ଯୋଜନା ଥିଲା, ଏସବୁ ଦିଗକୁ ନେଇ ତଦନ୍ତ ଆଗକୁ ବଢ଼ୁଛି । ବିଶେଷକରି ଏହି ଚୋରାଚାଲାଣରେ କେଉଁମାନେ ସାମିଲ ଅଛନ୍ତି ଏବଂ ଏହାର ନେଟୱର୍କ କେତେ ଦୂର ପର୍ଯ୍ୟନ୍ତ ବ୍ୟାପିଛି, ତାହା ଜାଣିବାକୁ STF ଉଦ୍ୟମ ଚଳାଇଛି । ତଦନ୍ତରେ ଆନ୍ତଃରାଜ୍ୟ ଲିଙ୍କ୍ ଉପରେ ବିଶେଷ ଫୋକସ୍ ରହିଛି । STF ଅଧିକାରୀଙ୍କ ସୂଚନା ଅନୁସାରେ, ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଛି ଏବଂ ଖୁବଶୀଘ୍ର ଏହି ରହସ୍ୟ ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି ।

    ଅନ୍ୟପଟେ ନନ୍ଦନକାନରରେ ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନ । ସମସ୍ତଙ୍କ ବୟସ ଏକ ବର୍ଷରୁ କମ୍ ହୋଇଥିବା ଜଣାପଡିଛି । ବର୍ତ୍ତମାନ ସେମାନଙ୍କୁ ସିସିଟିଭି ନଜରରେ ଏକ ସ୍ୱତନ୍ତ୍ର କ୍ୱାରେଣ୍ଟାଇନରେ ରଖି ଚିକିତ୍ସା କରାଯାଉଛି । ସ୍ୱତନ୍ତ୍ର ଡାକ୍ତରୀ ଦଳ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ଜଣକୁ ସାମାନ୍ୟ ଜ୍ୱର ଥିବା ବେଳେ ବାକି ସମସ୍ତେ ସୁସ୍ଥ ଅଛନ୍ତି । ସେମାନଙ୍କୁ କଦଳୀ ଓ ସେଓ ଖାଇବାକୁ ଦିଆଯାଉଛି । ମା’ଠାରୁ ଦୂରେଇ ରହିଥିବାରୁ ଏହି ଛୁଆମାନେ ଭୟଭୀତ ଥିଲେ । ସେମାନଙ୍କ ମାନସିକ ଚାପ କମାଇବା ପାଇଁ ଏବଂ ମା’ର ଅନୁଭୂତି ଦେବା ପାଇଁ ସେମାନଙ୍କୁ କୁତ୍ରିମ ଓ ରାଙ୍ଗୁଟାନ ଭଳି ଦେଖାଯାଉଥିବା ସଫ୍ଟ ଟୟ ଦିଆଯାଇଛି । ଯାହାକୁ କୋଳେଇ ନେଇ ସେମାନେ ଶାନ୍ତ ରହୁଛନ୍ତି । ୨୧ ଦିନର କ୍ୱାରେଣ୍ଟାଇନ୍ ଅବଧି ଶେଷ ହେବା ପରେ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଏବଂ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ଏମାନଙ୍କୁ ନନ୍ଦନକାନନରେ ରଖାଯିବ ନା ନିଜ ଦେଶକୁ ଫେରାଇ ଦିଆଯିବ, ସେ ନେଇ ନିଷ୍ପତ୍ତି ନିଆଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    26.1 ° C
    26.1 °
    26.1 °
    89 %
    1.4kmh
    100 %
    Thu
    27 °
    Fri
    28 °
    Sat
    29 °
    Sun
    28 °
    Mon
    30 °

    ସମ୍ବନ୍ଧିତ