Thursday, October 1, 2026
28.5 C
Odisha

    ୨୧୦୦ ବିମାନବନ୍ଦର ଚାକିରି ପାଇଁ ୨୫୦୦୦ ଆଶାୟୀ: ମୁମ୍ବାଇରେ ଦଳାଚକଟା ଭଳି ସ୍ଥିତି

    ଆଗକୁ ପଢନ୍ତୁ

    ବିମାନବନ୍ଦର ଲୋଡର ନିଯୁକ୍ତି ପ୍ରକ୍ରିୟା ଯୋଗୁଁ ଗତକାଲି ମୁମ୍ବାଇ ବିମାନବନ୍ଦରରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ୨,୨୧୬ଟି ପଦବୀ ପାଇଁ ୨୫,୦୦୦ରୁ ଅଧିକ ଆବେଦନକାରୀ ଆସିଥିଲେ ଏବଂ ଏୟାର ଇଣ୍ଡିଆ ଏୟାରପୋର୍ଟ ସର୍ଭିସେସ୍ ଲିମିଟେଡର କର୍ମଚାରୀମାନଙ୍କୁ ପ୍ରବଳ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସଂଘର୍ଷ କରିବାକୁ ପଡ଼ିଥିଲା। ଫର୍ମ କାଉଣ୍ଟରରେ ପହଞ୍ଚିବା ପାଇଁ ଆବେଦନକାରୀ ପରସ୍ପର ସହ ଧସ୍ତାଧସ୍ତି କରୁଥିବା ଦେଖିବାକୁ ମିଳିଛି। ରିପୋର୍ଟ ଅନୁଯାୟୀ ଆବେଦନକାରୀଙ୍କୁ ଖାଦ୍ୟ ଓ ପାଣି ବିନା ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଥିଲା ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଅସୁସ୍ଥ ହୋଇପଡ଼ିଥିଲେ। ଏୟାରପୋର୍ଟ ଲୋଡରମାନଙ୍କୁ ବିମାନରେ ଲଗେଜ୍ ଲୋଡ୍ ଓ ଅନଲୋଡ୍ କରିବା ଏବଂ ବ୍ୟାଗେଜ୍ ବେଲ୍ଟ ଓ ରାମ୍ପ ଟ୍ରାକ୍ଟର ପରିଚାଳନା କରିବାକୁ ପଡ଼ିଥାଏ। ସେମାନଙ୍କ ଦରମା ମାସିକ ୨୦ ହଜାରରୁ ୨୫ ହଜାର ଟଙ୍କା ମଧ୍ୟରେ ଥିବା ବେଳେ ଓଭରଟାଇମ୍ ଭତ୍ତାକୁ ମିଶାଇଲେ ସେମାନେ ୩୦ ହଜାର ଟଙ୍କାରୁ ଅଧିକ ରୋଜଗାର କରନ୍ତି। ତେବେ ଏହି ପଦ ପାଇଁ ହଜାର ହଜାର ଯୁବକ ଲାଇନରେ ରହିବା ଆମ ଦେଶରେ ଶିକ୍ଷିତ ବେକାରୀ ସଂଖ୍ୟାକୁ ସ୍ପଷ୍ଟ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    28.5 ° C
    28.5 °
    28.5 °
    71 %
    1.6kmh
    18 %
    Thu
    26 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ