Saturday, March 21, 2026
26.1 C
Odisha

    ଆମ ଦଳ ସହ ସଂପର୍କରେ ଅଛନ୍ତି ବିଜେଡିର ୨୭ ବିଧାୟକ: ସରୋଜ ପାଢ଼ୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪କୁ ୬ ମାସ ପୂରା ‌ହୋଇନି। ନିକଟ ଭବିଷ୍ୟରେ କୌଣସି ନିର୍ବାଚନ ମଧ୍ୟ ହେବାର ନାହିଁ। ତଥାପି ରାଜ୍ୟରେ ଦଳଡିଆଁ ପର୍ବ ଚାଲିଛି। ଦଳଡିଆଁ ଅପେକ୍ଷା ରାଜନୈତିକ ବୟାନବାଜୀ ବେଶୀ। ବିଶେଷ ଭାବରେ ବିଜେପି ଓ ବିଜେଡିର ନେତାମାନେ ଦଳର ନେତୃତ୍ବକୁ ନେଇ ବୟାନବାଜୀ କରୁଛନ୍ତି। ଦଳ ଅଦଳବଦଳ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଜେପି ବିଧାୟକ ସରୋଜ ପାଢ଼ୀଙ୍କ ବଡ ବୟାନ ଦେଇଛନ୍ତି।
    ଶ୍ରୀ ପାଢ଼ୀ ଆହୁରି କହିଛନ୍ତି, ବିଜେଡି ଏବେ ବିଗ ଜିରୋ। ତେଣୁ ସେମାନେ ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି। ବିଜେଡିର ଆଉ ଭବିଷ୍ୟତ ନାହିଁ। ବିଜେଡି ଆଉ ରହିବନି । ଖାଲି ବିଧାୟକ ନୁହଁନ୍ତି ଆହୁରି ରାଜ୍ୟସଭା ସାଂସଦ ମଧ୍ୟ ବିଜେପି ଆସିବେ। ମୁନା ଖାଁ ନିଜର ସ୍ଥିତି ଜାଣି ନାହାନ୍ତି ବିଜେପି ରାଷ୍ଟ୍ରୀୟ ଦଳ ବୋଲି। କେହି ବିଜେପି ଛାଡ଼ି ବିଜେଡି ଯିବେନି। ସେ ଜାଣି ନାହାନ୍ତି କି ୧୪ ବିଧାୟକ ଗଲେ ଦଳ ବଦଳ ଆଇନ ଲାଗୁ ହେବ। କିନ୍ତୁ ୨୭ ଆସିଲେ କୌଣସି ଆଇନ ଲାଗୁ ହେବ ନାହିଁ।

    ସାଧାରଣ ନିର୍ବାଚନ ପରେ ପୂର୍ବତନ ବିଜେଡି ରାଜ୍ୟସଭା ସାଂସଦ ମମତା ମହାନ୍ତ ଦଳ ଛାଡ଼ିଥିଲେ। ସେ ଦଳ ଛାଡ଼ିବାର ଅଳ୍ପ ଦିନ ଭିତରେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହୋଇଥିଲେ। ଶ୍ରୀମତୀ ମହାନ୍ତଙ୍କ ପରେ ମଧ୍ୟ ବିଜେଡିର ଅନ୍ୟ ଜଣେ ସାଂସଦ ବିଜେପିରେ ଯୋଗ ଦେଇଥିଲେ। କିଛି ଦିନ ପୂର୍ବରୁ ବିଜେଡି ଛାଡ଼ିଥିବା ପୂର୍ବତନ ବିଧାୟିକା ସୁନନ୍ଦା ଦାସ ମଧ୍ୟ ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି। ଏତ ଗଲା ବଡ଼ବଡ଼ ନେତାଙ୍କ କଥା। ଜିଲ୍ଲା ଓ ଗ୍ରାମସ୍ତରରେ ମଧ୍ୟ ବିଜେଡି ଶିବିର ଛାଡ଼ି ନେତା ବିଜେପିମୁହାଁ ହେଉଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.1 ° C
    26.1 °
    26.1 °
    39 %
    0.7kmh
    81 %
    Sat
    25 °
    Sun
    33 °
    Mon
    35 °
    Tue
    38 °
    Wed
    38 °

    ସମ୍ବନ୍ଧିତ