Tuesday, March 31, 2026
35.7 C
Odisha

    ୨୮ ଦିନର ଶସ୍ତା ରିଚାର୍ଜ ପ୍ଲାନ୍: କିଏ ଦେଉଛି କମ୍ ମୂଲ୍ୟରେ ଅଧିକ ଲାଭ, ଜାଣନ୍ତୁ…

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ରିଚାର୍ଜ ପ୍ଲାନ୍ ନେବା ସମୟରେ କେତେ ଦିନ ପାଇଁ ବୈଧତା ଏବଂ କେଉଁ ଲାଭ ମିଳିବ ଏସବୁ ଊପରେ ଦେଖିବାକୁ ପଡ଼ିଥାଏ। ଏବେ ୨୮ ଦିନର ବୈଧତା ସହିତ ଆସୁଥିବା ପ୍ଲାନ୍ ମଧ୍ୟରେ ପ୍ରଥମେ ଜିଓ, ​​ଏୟାରଟେଲ, ଭୋଡାଫୋନ୍ ଆଇଡିଆ ଏବଂ ବିଏସ୍ଏନ୍ଏଲ୍ ର ରିଚାର୍ଜ ପ୍ଲାନ୍ ଗୁଡ଼ିକ ମଧ୍ୟରେ କମ୍ ମୂଲ୍ୟରେ ଅଧିକ ଲାଭ ପ୍ରଦାନ କରୁଥିବା ରିଚାର୍ଜ ପ୍ଲାନ୍ କେଉଁଟି ତାହା ଉପଭୋକ୍ତାଙ୍କର ଜାଣିବା ଆବଶ୍ୟକ। ଜିଓ, ଏୟାରଟେଲ, ଭି ଏବଂ ବିଏସଏନଏଲ କମ୍ପାନୀଗୁଡ଼ିକ ସେମାନଙ୍କର ରିଚାର୍ଜ ଯୋଜନା ମାଧ୍ୟମରେ ପରସ୍ପର ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ୧ ମାସର ରିଚାର୍ଜ ପ୍ଲାନ୍ ମଧ୍ୟରେ କମ୍ ମୂଲ୍ୟରେ ୨୮ ଦିନର ବୈଧତା ସହିତବିଏସଏନଏଲ ୧୩୯ ଟଙ୍କାରେ ଅସୀମିତ କଲିଂ, ଏସଏମଏସ ଏବଂ ଦୈନିକ ୧.୫ ଜିବି ଡାଟା ସୁବିଧା ପ୍ରଦାନ କରୁଛି। ଡାଟା ସୀମା ସରିଯିବା ପରେ, ଉପଭୋକ୍ତାମାନେ ୪୦ କେବିପିଏସ୍ ସ୍ପିଡ୍‌ରେ ଇଣ୍ଟରନେଟ୍ ବ୍ୟବହାର କରିବାର ସୁବିଧା ପାଇବେ।
    ୨୮ ଦିନର ବୈଧତା ସହିତ ରିଲାଏନ୍ସ ଜିଓ ରିଚାର୍ଜ ପ୍ଲାନ୍‌ରେ ସର୍ବନିମ୍ନ ମୂଲ୍ୟର ୧୮୯ ଟଙ୍କା‌ରେ ପ୍ରଦାନ କରୁଛି। ଏହି ରିଚାର୍ଜ ପ୍ଲାନ୍‌ରେ ଉପଭୋକ୍ତାମାନେ ଦୈନିକ ୨ଜିବି ଡାଟା, ଏସଏମଏସ ଏବଂ ଅସୀମିତ କଲିଂ ସୁବିଧା ପାଇଥାନ୍ତି।

    ଏୟାରଟେଲ ଦ୍ୱାରା ଦିଆଯାଇଥିବା ସର୍ବନିମ୍ନ ମୂଲ୍ୟର ରିଚାର୍ଜ ପ୍ଲାନ୍ ୨୮ଦିନର ବୈଧତା ସହିତ ୧୯୯ ଟଙ୍କାରେ ଆସିଥାଏ। ଏହି ରିଚାର୍ଜ ସହିତ ଦୈ ନିକ ୧ ଜିବି ଡାଟା, ଅସୀମିତ କଲିଂ ଏବଂ ଦୈନିକ ୧୦୦ ଏସଏମଏସର ଲାଭ ପାଇପାରିବେ ।

    ୨୮ ଦିନର ବୈଧତା ସହିତ ଭୋଡାଫୋନ୍ ଆଇଡିଆ ଦ୍ୱାରା ପ୍ରଦାନ କରାଯାଇଥିବା ସର୍ବନିମ୍ନ ମୂଲ୍ୟର ରିଚାର୍ଜ ଯୋଜନା ହେଉଛି ୧୯୯ ଟଙ୍କା। ଏହି ରିଚାର୍ଜରେ ଉପଭୋକ୍ତା ଦୈନିକ ୨ତିବି ଡାଟା, ଅସୀମିତ କଲିଂ ଏବଂ ୩୦୦ ଏସଏମଏସ ର ଲାଭ ପାଇବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    35.7 ° C
    35.7 °
    35.7 °
    22 %
    4.6kmh
    69 %
    Tue
    38 °
    Wed
    39 °
    Thu
    40 °
    Fri
    39 °
    Sat
    41 °

    ସମ୍ବନ୍ଧିତ