Wednesday, July 22, 2026
23.3 C
Odisha

    ଟ୍ରଲର ଧକ୍କାରେ ତିନି ଯୁବକଙ୍କର ମୃତ୍ୟୁ

    ଆଗକୁ ପଢନ୍ତୁ

    ଘଟଗାଁ : କେନ୍ଦୁଝର ଜିଲ୍ଲା ଢେଂକିକୋଟ ଗୋଦାବରୀ ହୋଟେଲ ନିକଟରେ ବାଇକକୁ ପିଟିଲା ଟ୍ରଲର | ଆଉ ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଦୁଇ ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆହତଙ୍କର ଘଟଗାଁ ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଛି l ମୃତକମାନେ ଢେଂକିକୋଟରୁ ଘଟଗାଁ ଆଡକୁ ଆସୁଥିବାବେଳେ ଟ୍ରଲରଟି କେନ୍ଦୁଝର ଆଡକୁ ଯାଉଥିଲା | ତେବେ ଏହି ରାସ୍ତା ୱାନୱେ ହୋଇଥିବାରୁ ଦୁର୍ଘଟଣା ଘଟିଥିଲା |

    ଢେଂକିକୋଟରେ ଓବରବ୍ରିଜ ନିର୍ମାଣ ପାଇଁ ରାସ୍ତା ୱାନୱେ ହୋଇଥିବାରୁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି l ମୃତକମାନେ ହେଲେ ମସିଣାବିଲା ଗ୍ରାମର ବଳଭଦ୍ର ଖଟୁଆ, ସାନବରବେଡା ଗ୍ରାମର ମହେଶ୍ୱର ନାଏକ ଓ ଅନ୍ୟ ଜଣେ ମୃତକର ପରିଚୟ ମିଳିନି l ଘଟଣାସ୍ଥଳରେ ଘଟଗାଁ ଏବଂ ଢେଂକିକୋଟ ପୁଲିସ ପହଂଚି ତଦନ୍ତ ଜାରି ରଖିଛନ୍ତି l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.3 ° C
    23.3 °
    23.3 °
    96 %
    2.9kmh
    100 %
    Wed
    25 °
    Thu
    27 °
    Fri
    28 °
    Sat
    30 °
    Sun
    31 °

    ସମ୍ବନ୍ଧିତ