Friday, October 16, 2026
26.1 C
Odisha

    ଘାଟିକୁ ଖସିପଡ଼ିଲା ସେନା ଗାଡ଼ି: ୩ ଜବାନ ସହିଦ

    ଆଗକୁ ପଢନ୍ତୁ

    ଶ୍ରୀନଗର: ଜମ୍ମୁକଶ୍ମୀର ବଡଗାମରେ ଘାଟିରେ ଘଟିଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଏକ ସେନା ଗାଡ଼ି ଦୁର୍ଘଟଣାର ଶିକାର ହେବା ପରେ ୩ ଜଣ ବିଏସଏଫ୍ ଯବାନ ସହିଦ ହୋଇଛନ୍ତି। କେବଳ ସେତିକି ନୁହେଁ, ତାଙ୍କ ସହ ୩୦ରୁ ଅଧିକ ଜଣ ଆହତ ହୋଇଥିବା ସୂଚନା ରହିଛି। ଏମାନଙ୍କ ମଧ୍ୟରୁ ୬ ଜଣ ଗୁରୁତର ଥିବା ଜଣାପଡ଼ିଛି।

    ସୂଚନାରୁ ପ୍ରକାଶ ଯେ, ସେନା ଗାଡ଼ିଟି ଯାତ୍ରା କରୁଥିବା ବେଳେ ବସ୍‌ଟି  ବୁଧଗାମ ଜିଲ୍ଲାର ଏକ ଘାଟରେ ଖସି ପଡ଼ିଥିଲା। ଗାଡ଼ିଟି ଖସିପଡ଼ିବାରୁ ସେଥିରେ ଥିବା ସୀମା ସୁରକ୍ଷା ବଳର ୩ ଜଣ ଜବାନ ଘଟଣାସ୍ଥଳରେ ହିଁ ସହିଦ ହୋଇ ଯାଇଥିଲେ। ତା’ପ‌ରେ ଘଟଣାସ୍ଥଳରୁ ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଏବେ ସଂକଟାପନ୍ନ ରହିଛି।

    ବିଧାନସଭା ନିର୍ବାଚନର ପରବର୍ତ୍ତୀ ପର୍ଯ୍ୟାୟରେ ନିୟୋଜନ ପାଇଁ ବିଏସ୍ଏଫର ଏହି କର୍ମଚାରୀମାନେ ବସ୍‌ ଯୋଗେ ଯାଉଥିବା ବେଳେ ୫୨ ସିଟ୍ ବିଶିଷ୍ଟ ଏହି ଗାଡ଼ିଟି ଦୁର୍ଘଟଣାର ଶିକାର ହୋଇ ଶୋକର ବାତାବରଣ ସୃଷ୍ଟି କରିଛି। ଗାଡ଼ିରେ ସମୁଦାୟ ୩୫ ଜଣ ସୈନିକ ଯାତ୍ରା କରୁଥିଲେ ବୋଲି ପୁଲିସ୍‌ ସୂଚନା ଦେଇଛି। ବସ୍ ପାହାଡ଼ିଆ ରାସ୍ତାରୁ ପ୍ରାୟ ୪୦ ଫୁଟ ତଳକୁ ଖସିପଡ଼ିଥିବା ପୁଲିସ କହିଛି। ସମସ୍ତ ଆହତ ବିଏସଏଫ କର୍ମଚାରୀଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    26.1 ° C
    26.1 °
    26.1 °
    88 %
    1.4kmh
    77 %
    Fri
    24 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ