Wednesday, January 21, 2026
22.8 C
Odisha

    ଅଯୋଗ୍ୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାରୁ ୩୫

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତର ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ଦ୍ବାରା ଆଜି ଜାରି କରାଯାଇଥିବା ଅଯୋଗ୍ୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାର ୩୫ ଜଣଙ୍କ ନାମ ରହିଛି। ଏମାନେ ୨୦୧୯ ଲୋକସଭା ବା ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। କିନ୍ତୁ ନିର୍ବାଚନ ଖର୍ଚ୍ଚ ବିବରଣୀ ଦାଖଲ କରିନଥିଲେ। ଯାହା ଫଳରେ ଜନପ୍ରତିନିଧି ଆଇନ-୧୯୫୧ର ଧାରା ୧୦(ଏ)ରେ ଏହି ସବୁ ପ୍ରାର୍ଥୀଙ୍କୁ ଅନ୍ୟୁନ ୩ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବାକୁ ଅଯୋଗ୍ୟ ଘୋଷଣା କରାଯାଇଛି। ଅଯୋଗ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରୁ ଅଧିକାଂଶ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ।
    ଆୟୋଗଙ୍କ ଦ୍ବାରା ଜାରି ତାଲିକାରେ କେନ୍ଦୁଝର (ଏସ୍‌ଟି) ସଂସଦୀୟ କ୍ଷେତ୍ରରୁ ଡ. ସୁଦର୍ଶନ ଲୋହାର, କନ୍ଧମାଳ ସଂସଦୀୟ କ୍ଷେତ୍ରରୁ ଅମିର ନାଏକ ଓ ଭୁବନେଶ୍ବର ସଂସଦୀୟ ‌କ୍ଷେତ୍ରରୁ ଭକ୍ତ ଶେଖର ରାୟଙ୍କ ନାମ ରହିଛି। ଏମାନଙ୍କ ଅଯୋଗ୍ୟତା ଅବଧି ଜୁନ ୨୯ ,୨୦୨୪ରେ ‌ଶେଷ ହେବ। ସେହିଭଳି ଅଯୋଗ୍ୟ ତାଲିକାରେ ବିଧାନସଭା ନିର୍ବାଚନ ଲଢ଼ିଥିବା ୩୨ ଜଣଙ୍କ ନାମ ଉଲ୍ଲେଖ ରହିଛି। ଏଥିରେ ବିଜେପୁରରୁ ରିପୁନାଥ ସେଠ, ସମ୍ବଲପୁରର ଲକ୍ଷଣ କୁମାର ଭୋଇ ଓ ଘସିପୁରାରୁ ‌କିଶୋର କୁମାର ପଲେଇଙ୍କ ଅଯୋଗ୍ୟତା ଡିସେମ୍ବର ୧୨, ୨୦୨୪ ପର୍ଯ୍ୟନ୍ତ ରହିବ। ବାଲିଗୁଡ଼ାରୁ ସୁଷମା କହଁର, ଯାଜପୁରରୁ ଆଦିତ୍ୟ ପ୍ରତାପ ଧିରଦେଓ , ସୋନପୁରରୁ ଟଙ୍କଧର ଖମାରୀ, ଆଳିରୁ ସତ୍ୟଜିତ ସ୍ବାଇଁ ଓ ବାଲିକୁଦା-ଏରସମାରୁ ମୃତ୍ୟୁଞ୍ଜୟ ସ୍ବାଇଁଙ୍କ ଅଯୋଗ୍ୟତା ଜୁନ ୨୯, ୨୦୨୪ ପର୍ଯ୍ୟନ୍ତ ବଳବତ୍ତର ରଖାଯାଇଛି। କରଞ୍ଜିଆର ବୈଦ୍ୟନାଥ ସିଂଙ୍କ ଅଯୋଗ୍ୟତା ଜାନୁଆରୀ ୩, ୨୦୨୫ରେ, ପାଳଲହଡ଼ାରୁ ବିନୋଦ ବିହାରୀ ବୋଇତ, ଢେଙ୍କାନାଳରୁ ଭଜମନ ରାଉତ ଓ ଅକ୍ଷୟ ରାଉତ, ଯଶୀପୁରରୁ ଜଗନ୍ନାଥ ସୋରେନ ଓ ସୁନାରାମ ମୁର୍ମୁ, ବାଙ୍ଗିରିପୋଷୀରୁ ଦେବେନ୍ଦ୍ରନାଥ ସିଂହ, କାମାକ୍ଷନଗରରୁ ରୋଜାଲିନ ମହାରଣା, ବିଞ୍ଜାରପୁରରୁ ରଶ୍ମିତା ଜେନା ଓ କରଞ୍ଜିଆ (ଏସ୍‌ଟି)ରୁ ସୁବାସ ଚନ୍ଦ୍ର ହେମ୍ବ୍ରମଙ୍କ ଅଯୋଗ୍ୟତା ଅବଧି ଜାନୁଆରୀ ୪, ୨୦୨୫ ପର୍ଯ୍ୟନ୍ତ ରହିବ।

    ରାଇରାଙ୍ଗପୁର (ଏସ୍‌ଟି)ରୁ ସୁଶୀଳା ସାୱାୟାନ, ବାରବାଟୀ-କଟକରୁ ଜୟ ଶଙ୍କର ଆଚାର୍ଯ୍ୟ, ଚିତ୍ରକୋଣ୍ଡା (ଏସ୍‌ଟି)ରୁ ପୁଡ଼ୁ ମାଝି, ଭୁବନେଶ୍ବର (ଉତ୍ତର)ରୁ ଅଭିମନ୍ୟୁ ନାୟକ, ପ୍ରଭାତ ଚନ୍ଦ୍ର ଶ୍ରୀଚନ୍ଦନ, ଉମେଶ ଚନ୍ଦ୍ର ଦାସ, ସତ୍ୟ ରଞ୍ଜନ ଦାସ, ଭୁବନେଶ୍ବର (ମଧ୍ୟ)ରୁ ପ୍ରଦୀପ କୁମାର ଭୂୟାଁ, ପୋଲସରାରୁ କେଦାର ନାଥ ମହାରଣା, ଶିବ ପ୍ରସାଦ ବିଶୋୟୀ ଓ ପୀତବାସ ପ୍ରଧାନଙ୍କ ଅଯୋଗ୍ୟତା ଜୁନ ୧୦,୨୦୨୫ରେ ଶେଷ ହେବ। ପିପିଲିର ପିଙ୍କଲିନ ମହାନ୍ତିଙ୍କ ଅଯୋଗ୍ୟତା ଡିସେମ୍ବର ୨୨,୨୦୨୫, ପିପିଲିର ସପ୍ନେଶ୍ବର ନାୟକଙ୍କ ଅଯୋଗ୍ୟତା ଅକ୍ଟୋବର ୯, ୨୦୨୬, ଧାମନଗର(ଏସ୍‌ସି) ବାବା ହ‌ରେକୃଷ୍ଣ ସେଠୀଙ୍କ ଅଯୋଗ୍ୟତା ଜାନୁଆରି ୩୧, ୨୦୨୭ରେ ଶେଷ ହେବ ବୋଲି ଆୟୋଗଙ୍କ ଦ୍ବାରା ଜାରି ତାଲିକାରେ ଉଲ୍ଲେଖ ରହିଛି। ଆୟୋଗଙ୍କ ଦ୍ବାରା ଓଡ଼ିଶା ସମେତ ସମସ୍ତ ରାଜ୍ୟର ଅଯୋଗ୍ୟ ପ୍ରାର୍ଥୀଙ୍କ ଅଦ୍ୟତନ ତାଲିକାକୁ ସଂପୃକ୍ତ ରାଜ୍ୟର ରିଟର୍ଣ୍ଣିଂ ଓ ସହକାରୀ ରିଟର୍ଣ୍ଣିଂ ଅଧିକାରୀମାନଙ୍କ ଅବଗତି ଓ ଅନୁପାଳନ ନିମନ୍ତେ ପଠାଇ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    36 %
    0.5kmh
    0 %
    Wed
    30 °
    Thu
    30 °
    Fri
    30 °
    Sat
    31 °
    Sun
    32 °

    ସମ୍ବନ୍ଧିତ