Friday, August 21, 2026
24.5 C
Odisha

    ସାଉଥରେ ଡେବ୍ୟୁ କରିବା ଚର୍ଚ୍ଚା ଉପରେ କରୀନା ଦେଲେ ଏଭଳି ପ୍ରତିକ୍ରିୟା

    ଆଗକୁ ପଢନ୍ତୁ

    ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଦି କ୍ରୁ’ ପାଇଁ ଚର୍ଚ୍ଚା ଅଛନ୍ତି। ଫିଲ୍ମରେ ତାଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ପାଇବେ ଦର୍ଶକ | ଫିଲ୍ମର ଗୀତକୁ ନେଇ ଏବେ ଲୋକେ ଚର୍ଚ୍ଚା କରୁଥିବା ବେଳେ ଅଭିନେତ୍ରୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି | ଖବର ମିଳିଛି ଯେ, କରୀନା ଖୁବ ଶୀଘ୍ର ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି।
    କିଛି ଦିନ ତଳେ ଚର୍ଚ୍ଚା ହେଉଥିଲା ଯେ, କରୀନା କନ୍ନଡରେ ସାଉଥ ସୁପରଷ୍ଟାର ୟଶଙ୍କ ଫିଲ୍ମ ‘ଟକ୍ସିକ୍’ରେ ଅଭିନୟ କରିବେ | ଏହି ଚର୍ଚ୍ଚା ମଧ୍ୟରେ କରୀନା କହିଛନ୍ତି, “ମୁଁ ବହୁତ ବଡ ସାଉଥ୍ ଫିଲ୍ମ କରିବାକୁ ଯାଉଛି। ଏହା ଏକ ପ୍ୟାନ୍ ଇଣ୍ଡିଆ ଫିଲ୍ମ ତେଣୁ ସୁଟିଂ କେଉଁଠାରେ ହେବ ମୁଁ ଜାଣେ ନାହିଁ। ମୋର ସମସ୍ତ ପ୍ରଶଂସକଙ୍କୁ ଏହା ଜଣାଇ ମୁଁ ବହୁତ ଉତ୍ସାହିତ ଯେ ମୁଁ ପ୍ରଥମ ଥର ସାଉଥରେ କାମ କରିବାକୁ ଯାଉଛି ।” ତେବେ ନିର୍ମାତାମାନେ ଫିଲ୍ମ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଅଧିକାରୀକ ଘୋଷଣା କରିନାହାଁନ୍ତି। କିନ୍ତୁ ଯଦି ଏହା ସତ ହୁଏ, ତେବେ କରୀନା ଏବଂ ୟଶଙ୍କୁ ପରଦାରେ ଏକାଠି ଦେଖିବା ପ୍ରଶଂସକଙ୍କୁ ଖୁସି ଦେବ ନିଶ୍ଚୟ |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.5 ° C
    24.5 °
    24.5 °
    92 %
    1.2kmh
    77 %
    Fri
    30 °
    Sat
    26 °
    Sun
    26 °
    Mon
    26 °
    Tue
    31 °

    ସମ୍ବନ୍ଧିତ