Sunday, March 22, 2026
21.2 C
Odisha

    ତାମିଲନାଡ଼ୁରେ ଦୁର୍ଘଟଣା: ୪ ସାମ୍ବାଦିକ ଗୁରୁତର

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ତାମିଲନାଡ଼ୁରେ ଓଡ଼ିଆ ସାମ୍ବାଦିକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ଏଥିରେ ମାଲକାନଗିରିର ପଡିଆ ବ୍ଲକ ସମ୍ବାଦ ପ୍ରତିନିଧିଙ୍କ ସହ ୪ ସାମ୍ବାଦିକ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି।
    ସୂଚନା ଅନୁଯାୟୀ, ଓଡ଼ିଆ ସାମ୍ବାଦିକମାନେ ତିରୁପତି ଦର୍ଶନ ସାରି ରାମେଶ୍ବରମ୍ ଯାଉଥିବା ବେଳେ ରାମେଶ୍ବରର ରାମପୁରମ ନିକଟରେ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା କାର୍। ଏହାଫଳରେ ଦୁର୍ଘଟଣା ଘଟିଛି। ୪ ଗୁରୁତରଙ୍କୁ ତେଲେଙ୍ଗାନା ରାମନାଥପୁରମ୍ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପ୍ରଚାରିତ ହେବା ପରେ ମାଲକାନଗିରିର ସାମ୍ବାଦିକମାନେ ଚିନ୍ତା ପ୍ରକଟ କରିଛନ୍ତି। ଏନେଇ ଓଡ଼ିଶା ସରକାରଙ୍କ ସହଯୋଗ ଲୋଡିଛନ୍ତି ସାମ୍ବାଦିକ ଓ ପରିବାର ଲୋକେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.2 ° C
    21.2 °
    21.2 °
    46 %
    1.9kmh
    53 %
    Sun
    33 °
    Mon
    35 °
    Tue
    37 °
    Wed
    39 °
    Thu
    38 °

    ସମ୍ବନ୍ଧିତ