Friday, May 16, 2025
32.9 C
Odisha

    ବ୍ରିଜ୍ ତଳକୁ ଖସିଲା ବସ୍, ଦୁର୍ଘଟଣାରେ ୩୮ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର

    ଆଗକୁ ପଢନ୍ତୁ

    ବୌଦ୍ଧ : ବ୍ରିଜ୍ ତଳକୁ ଖସିଲା ବସ୍ । ବୌଦ୍ଧ ବାମଣ୍ଡା ସୁନାଖାଇ ବ୍ରିଜ୍ ତଳକୁ ଖସିଲା ମହାଦେବ ନାମକ ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୩୮ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ଶିଶୁ ଓ ବୃଦ୍ଧ ବି ରହିଛନ୍ତି । ଗୁରୁତରଙ୍କୁ ବୌଦ୍ଧ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

    ସୂଚନା ଅନୁସାରେ ଭୁବନେଶ୍ବରରୁ ମାଲକାନଗିରି ଯାଉଥିଲା ବସ୍ । ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଛନ୍ତି ଅଗ୍ନିଶମ ଟିମ୍। ବସରେ ପ୍ରାୟ ୬୦ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବା ସୂଚନା ମିଳିଛି । କିଛି ଗୁରୁତରଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଯାତ୍ରୀଙ୍କ କହିବା ଅନୁଯାୟୀ, ଗାଡ଼ି ଚଳାଉଥିବା ବେଳେ ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଥିଲେ ଓ ବସର ସ୍ପିଡ ଅଧିକ ଥିବା ଯୋଗୁ ସେ ନିୟନ୍ତ୍ରଣ ହରାଇବସିବାରୁ ଗାଡ଼ିଟି ପୋଲ ତଳକୁ ଖସି ପଡ଼ିଥିଲା । ବସ ଦୁର୍ଘଟଣା ପରେ ଡ୍ରାଇଭର ଓ କଣ୍ଡକ୍ଟର ଫେରାର ହୋଇଯାଇଛନ୍ତି । ବୌଦ୍ଧ ପୋଲିସ ପହଞ୍ଚି ତଦନ୍ତ କରୁଛି । ଆହତଙ୍କ ମଧ୍ୟରେ ଶିଶୁ ଓ ବୃଦ୍ଧ ରହିଥିବା ଜଣାପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    32.9 ° C
    32.9 °
    32.9 °
    44 %
    0.7kmh
    98 %
    Fri
    41 °
    Sat
    41 °
    Sun
    42 °
    Mon
    40 °
    Tue
    39 °

    ସମ୍ବନ୍ଧିତ