Sunday, September 13, 2026
27.6 C
Odisha

    ଓଡ଼ିଶାରେ ୨୦୨୨ରେ ୪୬ଟି ବାଲ୍ୟବିବାହ: ଏନ୍‌ସିପିସିଆର୍‌

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦେଶରେ ଶିଶୁ ବିବାହକୁ ନିଷେଧ କରାଯାଇଛି। ଏଥି ପାଇଁ ଶିଶୁ ବିବାହ ନିରାକରଣ ଆଇନ, ୨୦୦୬ ପ୍ରଚଳନ ହୋଇଛି। କିନ୍ତୁ ଭାରତରେ ୨୦୨୨ରେ ୧୦୦୨ଟି ବାଲ୍ୟବିବାହ ହୋଇଥିବା ତାଲିକା ପ୍ରସ୍ତୁତ ହୋଇଛି। ସେଥିରେ ଓଡ଼ିଶାରେ ବାଲ୍ୟବିବାହ ସଂଖ୍ୟା ରହିଛି ୪୬। ଜାତୀୟ ଶିଶୁ ଅଧିକାର ସୁରକ୍ଷା ସୁରକ୍ଷା କମିସନ (ଏନ୍‌ସିପିସିଆର୍‌)ଙ୍କ ଦ୍ବାରା ଗତକାଲି ଉନ୍ମୋଚନ ହୋଇଥିବା ବାଲ୍ୟ ବିବାହ ସଂପର୍କିତ ୬୦୦ ପୃଷ୍ଠାର ବିସ୍ତୃତ ରିପୋର୍ଟରେ ଏହି ତଥ୍ୟ ଉଲ୍ଲେଖ ରହିଛି।

    ରିପୋର୍ଟ ଅନୁସାରେ ୨୦୨୨ରେ କର୍ଣ୍ଣାଟକରେ ସର୍ବାଧିକ ୨୧୫, ଆସାମରେ ୧୬୩ ଓ ତାମିଲନାଡ଼ୁରେ ୧୫୫ଟି ବାଲ୍ୟ ବିବାହ ଅନୁଷ୍ଠିତ ହୋଇଛି। ଏନ୍‌ସିପିସିଆର୍‌ଙ୍କ ଦ୍ବାରା ୨୦୨୪ ଏପ୍ରିଲ ୧ରୁ ଏପ୍ରିଲ ୨୩ ମଧ୍ୟରେ ଦେଶର ୭୮୪ ଜିଲ୍ଲାରେ ପ୍ରଥମେ ଆଭାସୀ ବ୍ୟବସ୍ଥାରେ ବାଲ୍ୟ ବିବାହ ନିବାରଣ ସଂପର୍କରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳମାନଙ୍କ ଦ୍ବାରା ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରାଯାଇଥିଲା। ଏହାପରେ ଦେଶର ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ର ଶାସିତ ଅଂଚଳର ୫୯୬ ଜିଲ୍ଲାରୁ ସଂଗୃହୀତ ତଥ୍ୟ ଆଧାରରେ କମିସନଙ୍କ ପକ୍ଷରୁ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ରିପୋର୍ଟ ଅନୁସାରେ ଓଡ଼ିଶାର ୩୦ଟି ଜିଲ୍ଲାରୁ କମିସନଙ୍କୁ ୨୪ଟି ଜିଲ୍ଲାରୁ ତଥ୍ୟ ମିଳିଥିଲା। ରାଜ୍ୟର ୨୪ଟି ଜିଲ୍ଲାରେ ଆୟୋଜିତ ୩୦,୮୬୭ଟି ସଚେତନତା କାର୍ଯ୍ୟକ୍ରମରେ ୩,୯୩,୯୨୨ ‌ଲୋକ ଭାଗନେଇଥିଲେ। ଅଧିକାରୀ ଓ ପଦାଧିକାରୀଙ୍କ ୬୫,୬୧୧ଟି ବୈଠକ ଆୟୋଜନ କରାଯାଇଥିଲା। ଏଥି ସହିତ ୨୪ଟି ଜିଲ୍ଲାରେ ମ୍ୟାପିଂ କରାଯାଇଥିବା ୨୬,୪୧୫ଟି ସ୍କୁଲରୁ ୧୧,୦୫୩ ଅସୁରକ୍ଷିତ ଶିଶୁଙ୍କ ଚିହ୍ନଟ କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    75 %
    2.2kmh
    66 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ