Monday, March 23, 2026
32.8 C
Odisha

    ଏହି ୫ଟି ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ପ୍ରଧାନମନ୍ତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ ଭିନ୍ନ ଭିନ୍ନ କାରଣ ପାଇଁ ଚର୍ଚ୍ଚାକୁ ଆସିଥାନ୍ତି। ମଙ୍ଗଳବାର ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ୨ କୋଟି ସବ୍‌ସ୍କ୍ରିପ୍‌ସନ୍‌ ଅତିକ୍ରମ କରିଥିଲା। ବିଶ୍ୱର ଶୀର୍ଷ ନେତାଙ୍କ ମଧ୍ୟରେ ଏହା ସର୍ବାଧିକ ଥିବା ଜଣାପଡ଼ିଥିଲା। ତେବେ ରାଜନୀତି ବ୍ୟତୀତ ନିଜ ଜୀବନଶୈଳୀକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ପ୍ରଧାନମନ୍ତ୍ରୀ କେଉଁ ୫ଟି ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି, ତାହା ଆପଣ ଜାଣନ୍ତି କି?
    ସବୁବେଳେ ଦେଶୀ ଓ ଘର ରନ୍ଧା ଖାଇବାକୁ ପସନ୍ଦ କରୁଥିବା ପ୍ରଧାନମନ୍ତ୍ରୀ ମୋଦୀ ୫ଟି ଖାଦ୍ୟ ଖାଇବାକୁ ଖୁବ ପସନ୍ଦ କରନ୍ତି। ସେହି ସବୁ ଖାଦ୍ୟ ହେଲା ଗୁଜରାଟୀ ଖାଦ୍ୟ ଭିଣ୍ଡି କଡ଼ି, ଗୁଜରାଟୀ ଥାଳି, ଶ୍ରୀଖଣ୍ଡ, ଖିଚଡୀ ଓ ଢ଼ୋକଲା। ଏହି ୫ଟି ଖାଦ୍ୟକୁ ପ୍ରଧାନମନ୍ତ୍ରୀ ଖୁବ ପସନ୍ଦ କରୁଥିବା ଜଣାପଡ଼ିଛି।

    ତେବେ ଘର ଖାଦ୍ୟ ଖାଇବା ସହ ପ୍ରଧାନମନ୍ତ୍ରୀ ଯୋଗ କରିବାକୁ ମଧ୍ୟ ପସନ୍ଦ କରନ୍ତି। ପ୍ରତିଦିନ ଭୋର ସମୟରେ ଉଠି ସେ ଯୋଗ କରୁଥିବା କୁହାଯାଏ। ଏ ବୟସରେ ବି ସମ୍ପୁର୍ଣ୍ଣ ଫିଟ୍ ଥିବାରୁ ତାଙ୍କର ଜୀବନଶୈଳୀ ଅନେକଙ୍କୁ ପ୍ରଭାବିତ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.8 ° C
    32.8 °
    32.8 °
    18 %
    3.8kmh
    0 %
    Mon
    32 °
    Tue
    36 °
    Wed
    38 °
    Thu
    38 °
    Fri
    39 °

    ସମ୍ବନ୍ଧିତ