Saturday, July 27, 2024
24.8 C
Odisha

    ଗାଁ ଗାଁରେ ବୁଲିବ ଶ୍ରୀଜଗନ୍ନାଥ ପ୍ରଚାର ରଥ । ଘର ଦୁଆରେ ଶୁଭିବ ଜୟ ଜଗନ୍ନାଥ

    ଆଗକୁ ପଢନ୍ତୁ

    ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ସାରା ଓଡିଶାରେ ଯେମିତି ଜଗନ୍ନାଥ ମୟ ପରିବେଶ ସୃଷ୍ଟି ହେବ, ଏହି ମହୋତ୍ସବରେ ପ୍ରତ୍ୟେକ ଓଡିଅଙ୍କ ସହଯୋଗ ଓ ସମ୍ପୃକ୍ତି ରହିବ, ସେଥିପାଇଁ ବଡ ଧରଣର ଆୟୋଜନ କରିଛନ୍ତି ରାଜ୍ୟସରକାର । ଏଥିପାଇଁ ରାଜ୍ୟ କ୍ୟାବିନେଟରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି ।
    ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ପ୍ରସ୍ତୁତି
    – ଜାନୁଆରୀ ୫ରୁ ୩୧୪ ବ୍ଲକର ସବୁ ପଂଚାୟତରେ ଶ୍ରୀଜଗନ୍ନାଥ ପ୍ରଚାର ରଥ ବୁଲିବ
    – ମୋବାଇଲ ରଥରେ ମହାପ୍ରଭୁଙ୍କ ଭଜନ ଓ ଜଣାଣ ବାଜିବ
    – ସଂକୀର୍ତ୍ତନ ମଣ୍ଡଳୀ ରଥ ଆଗରେ ସାହି ସାହି ବୁଲି କୀର୍ତ୍ତନ କରିବେ
    – ପଂଚାୟତିରାଜ ବିଭାଗର ପ୍ରତିନିଧି ଓ କର୍ମଚାରୀ ଘର ଘର ବୁଲି ଗୁଆ ଚାଉଳ ସଂଗ୍ରହ କରିବେ
    – ସଂଗ୍ରହ ହୋଇଥିବା ଗୁଆ ଚାଉଳକୁ ପୁରୀ ଅଣାଯିବ
    – ଲୋକାର୍ପଣ ଉତ୍ସବକୁ ରାଜ୍ୟବାସୀ ଯେମିତି ଦେଖିପାରିବେ, ସେଥିପାଇଁ ପଂଚାୟତ ସ୍ତରରେ ଏଲଇଡି ଟିଭି ଲଗାଯାଇ ସିଧା ପ୍ରସାରଣ କରାଯିବ
    ଏଥିସହ ପ୍ରତି ପଂଚାଚୟତରୁ କିଛି ଲୋକଙ୍କୁ ୧୭ତାରିଖରେ ପୁରୀ ଯିବାକୁ ସୁଯୋଗ ମିଳିବ । ସେମାନଙ୍କୁ ପୁରୀ ନେଇ ପରିକ୍ରମା ପ୍ରକଳ୍ପ ଦର୍ଶନ କରିବାର ବ୍ୟବସ୍ଥା କରାଯିବ । ପରିକ୍ରମା ପ୍ରକଳ୍ପ ସହ ରାଜ୍ୟର ପ୍ରତି ଓଡିଆଙ୍କୁ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଜଗନ୍ନାଥ ପ୍ରେମୀ ।
    ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏଥିପାଇଁ ୧୫୬ କୋଟି ଟଙ୍କାର ପାଣ୍ଠିକୁ ମଞ୍ଜୁର ମିଳିଛି । ଆମ ଓଡିଶା ନବୀନ ଓଡିଶା ଅଧିନରେ ଏହି ଟଙ୍କା ଖର୍ଚ୍ଚ ହେବ । ତେବେ ରାଜ୍ୟ ସରକାରଙ୍କ ଏଭଳି ବଡ ଆୟୋଜନ ଓ ବ୍ୟୟ ବରାଦକୁ ନେଇ ଆରମ୍ଭ ହୋଇ ଯାଇଛି ରାଜନୈତିକ ବୟାନବାଜି ।

    ରାଜନୈତିକ ବୟାନବାଜି ଭିତରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣକୁ ସ୍ମରଣୀୟ କରିବାକୁ ଜୋରଦାର ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ